ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ନଭେମ୍ବର :୨୦୨୪ , ପ୍ରଥମ ବର୍ଷ : ଏକାଦଶ ସଂଖ୍ୟା ରେ ପ୍ରକାଶିତ )

centered image
 
ଗପ

କରିବୁ ଆମେ ଚାଷ

ଲେଖା : ଡଃ . ସ୍ୱର୍ଣ୍ଣଲତା ତ୍ରିପାଠୀ

"ରିୟା"ତା` ରଙ୍ଗ ତୂଳୀରେ ଧରି
ଚିତ୍ର ଅଙ୍କିଲ। ବସି,
"ରାହୁଲ" କହେ କି ଚିତ୍ର କରୁ
ଦେଖା ତୁ ମୋତେ ହସି ।
ଆଙ୍କୁଛି ଗଛ ଆମ ବାଡ଼ିର
ବଡ଼ ଗଛକୁ ଦେଖି,
କି ରଙ୍ଗ ଦେବୁ ରଙ୍ଗ ତୂଳୀରେ
ରାହୁଲ କହେ ଡାକି ।
ପତ୍ର ନେଳିଆ ଫୁଲ ତ ନାଲି
ଫଳର ରଙ୍ଗ ନେଳି,
ପାଚିଲା ଫଳ ହଳଦିଆ ଯେ
ରଙ୍ଗ ତୂଳୀରେ ବୋଳି ।
ସୁନ୍ଦର ଦିଶେ ତୋ ଗଛ ଦେଖି
ରଙ୍ଗ ବେରଙ୍ଗ ଭରେ,
କହିଲୁ ଦେଖି ସିଏ ଆମର
କି ଉପକାର କରେ ?
ଆଈକୁ ଡାକି ଚିତ୍ର ଦେଖାଇ
କହ ଲୋ ଆଈ କହ,
ଆଈ ଖୁସିରେ ବସିଲା ପାଶେ
ଉତ୍ତର ଦେବି ରହ ।
ଗଛ ଆମର ଜୀବନ ଧନ
ମନରେ ହେଜି ଥାଅ,
ଆମକୁ ଦିଏ ଖାଦ୍ୟ ଓ ବସ୍ତ୍ର
ଘର କାମରେ ନିଅ ।
ଫୁଲ ଅତର କାମରେ ଆସେ
ଫଳ ଦିଅଇ ବଳ,
କେତେ ପତର ସେବାରେ ଲାଗେ
ରୋଗର ଉପକାର ।
ଗଛର ବିନା ବରଷା ନାହିଁ
ନାହିଁ ତ ଅମ୍ଳଜାନ,
ମଣିଷ ଗୋଟିକୁ ଗଛ ଗୋଟିଏ
ଶୁଣ ଦେଇ ମନଧ୍ୟାନ ।
ଗଛ ବଞ୍ଚିଲେ ଆମେ ବଞ୍ଚିବା
ଲଗାଅ ଚ।ରା ଗଛ,
ରିୟା ରାହୁଲ ଶୁଣି କହିଲେ
କରିବୁ ଆମେ ଚାଷ ।


(ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ )
ଅବସର ପ୍ରାପ୍ତ ମଣ୍ଡଳ ସହ -- ଶିକ୍ଷାଧିକାରୀ ପୁରୀ ସଦର ବ୍ଲକ ,ପୁରୀ

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion