ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ନଭେମ୍ବର :୨୦୨୪ , ପ୍ରଥମ ବର୍ଷ : ଏକାଦଶ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଶିଶୁ ଦିବସ

ଲେଖା : ଧ୍ରୁବ ଚରଣ ଘିବେଲା

ନଭେମ୍ବର ମାସ ଚଉଦ ତାରିଖ
ଶିଶୁଙ୍କର ଦିନଟିଏ
ଶିଶୁଙ୍କର ପାଇଁ ମହତ୍ତ୍ୱ ଯେ ଥାଇ
ସ୍ମରଣୀୟ ଦିନ ସିଏ I
ସେଇ ଦିବସରେ ଜନମି ଥିଲେ ଯେ
ସେ ଆଉ କେହି ନୁହଁନ୍ତି
ଶିଶୁଙ୍କର ପ୍ରିୟ ସେ ଚାଚା ନେହେରୁ ନାମରେ ସଭିଏଁ ଜାଣନ୍ତି I
ତାଙ୍କ ଜନ୍ମଦିନ ହୁଅଇ ପାଳନ
ଶିଶୁଦିବସ ନାଆଁରେ
ସେଇ ମାସ ସେଇ ଦିନ ତାରିଖରେ
ସବୁ ଶିକ୍ଷାନୁଷ୍ଠାନରେ I
ଭଲ ପାଉଥିଲେ ସ୍ନେହ କରୁଥିଲେ
ଶିଶୁଙ୍କୁ ଅଧିକ ବୋଲି ତ
ସେଇଥିପାଇଁକି ତାଙ୍କ ଜନ୍ମଦିନ
ସବୁଠି ହୁଏ ପାଳିତ I
ଆୟୋଜିତ ହୁଏ ଦିବସ ପାଳନ
ପାଇଁ କି ସ୍କୁଲରେ ସଭା
ସଭିଏଁ ଆସିକି ସଭାରେ ରହିକି
ବଢ଼ାନ୍ତି ସଭାର ଶୋଭା I
ସେଦିନ ସ୍କୁଲରେ ସଭା ସମ୍ମୁଖରେ ତାଙ୍କ ଫଟୋ ଶୋଭାପାଏ
ଫୁଲମାଳ ଦେଇ ଚନ୍ଦନ ଲଗାଇ
ଆସେ ଯିଏ ଗୁଣ ଗାଏ I
ଆଜିର ଦିନରେ ନାହାନ୍ତି ନେହେରୁ
ମରି ସିଏ ଆଜି ଅମର
ଜନମ ଦିବସେ ଆହେ ଯୁଗଜନ୍ମା
ଘେନ ଜୁହାର ଆମ୍ଭର I



ବଉଦରାଜ, ଜି. ବୌଦ୍ଧ
ମୋ.9437478466

ଲେଖା ସମ୍ପର୍କୀୟ ମତାମତ

Shashi Kanta palai

03-11-2024 / 05:37:09

*ବହୁତ ସୁନ୍ଦର କବିତା*

Swarnalata Tripathy

01-11-2024 / 20:32:16

ନେହେରୁଙ୍କ ଆଦର୍ଶ ଓ ପ୍ରେରଣା ପିଲାମାନଙ୍କ ପାଇଁ ସ୍ବାଗତ ଯୋଗ୍ୟ ।ଲେଖା ଅତ୍ୟନ୍ତ ଆକର୍ଷଣୀୟ ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion