ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ନଭେମ୍ବର :୨୦୨୪ , ପ୍ରଥମ ବର୍ଷ : ଏକାଦଶ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ମାଆ ଆମ ସାହା

ଲେଖା : କବିଜ୍ୟୋତି ନିରଞ୍ଜନ ପତି

`ମା` ରୁ ମାଟି ଓ `ଆ` ରୁ ଆକାଶ
ସେହିପରି ଆମ ମାଆ,
ଏଇ ଦେହ ପାଳି ପୋଷି ବଢାଇଚି
ବିପଦରେ କହି ଆହା ।
ମାତା କେବେ ହେଲେ କୁମାତା ନହୁଏ
ହେଉ କୁପୁତ୍ର , କୁକନ୍ୟା,
ମାଆ ଋଣ ଏଇ ଜୀବନେ ଅସୁଝା
ସଂସାରେ ସେ ଏକା ଧନ୍ୟା ।
ସହେ ଆମ ଗାଳି ଅଳି ଅରଦଳି
ଶିଖାଇ ଥାଏ ସେ ଭାଷା,
ଅନିଦ୍ରା ରହି ସେ ସେବା କରି ଥାଏ
ଆମ ଭଲ କରେ ଆଶା ।
ମାଆ,ବୋଉ ଛାର ମଣିଷ ଟେ ନୁହେଁ
ସିଏ ତ ପ୍ରକୃତ ଦେବୀ,
ପାଇ ତା` ଆଶିଷ ଆମେ ତ ମଣିଷ
ତା` ପଦ ଯୁଗଳ ସେବି ।
ପେଇ ଥନ କ୍ଷୀର ଅମୃତର ଧାର
ଟାଣ କରିଚି ଏ ଦେହ,
ଜୀବନରେ ସବୁ ଭୁଲି ଯାଇ ହୁଏ
ଅଭୁଲା ମାଆର ସ୍ନେହ ।
ଆମ ପାଇଁ ସିଏ ବଡ଼ ଡାକତର
ବଡ଼ ରାନ୍ଧୁଣିଆ ହୁଏ,
ମହାନ ସେବିକା ଜୀବନେ ଧାବିକା
ରକ୍ଷା କାରୀ ପରା ସିଏ ।
ସମସ୍ତଙ୍କ ଗୁଣ ବଖାଣି ହୁଅଇ
ତାଗୁଣ ସରେନି କେବେ,
ସିଏ ଅନ୍ତର୍ଯ୍ୟାମୀ ତା` ପଦକୁ ନମି
ଶ୍ରଦ୍ଧାଞ୍ଜଳି ଦିଏ ଏବେ ।
ତାକୁ ଭୁଲିବିନି କେବେ ।


ଗାନ୍ଧୀ ମାର୍ଗ, ଅନୁଗୋଳ
ମୋ-୯୯୩୮୧୩୩୫୫୯

ଲେଖା ସମ୍ପର୍କୀୟ ମତାମତ

ଜୟକୃଷ୍ଣ ସାହୁ

07-11-2024 / 12:23:56

ମାଆର ପାଦକୁ କୋଟି ଜୁହାର। କବିଙ୍କ ଲେଖନୀ ଏମିତି ଚମତ୍କାର କବିତା ଲେଖିବାରେ ସହାୟ ହେଉ। ଧନ୍ୟବାଦ।

ଲକ୍ଷ୍ମୀକାନ୍ତ ଦଳେଇ

02-11-2024 / 10:06:59

ସୁନ୍ଦର କବିତା

ସ୍ୱର୍ଣାଲତ ତ୍ରିପାଠୀ

01-11-2024 / 15:31:36

ମାଆକୁ କେହି ଭୁଲି ପାରିବେ ନାହିଁ ।ଲେଖାଟି ବହୁତ୍ ବଢିଆ ହୋଇଛି।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion