ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ନଭେମ୍ବର :୨୦୨୪ , ପ୍ରଥମ ବର୍ଷ : ଏକାଦଶ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ପଣତକାନି

ଲେଖା : ଡାକ୍ତର ଅଶୋକ କୁମାର ସେଠୀ

ପଣତକାନି ରେ ପଣତ କାନି
ମୋ ମା`ର ପଣତ କାନି ।
ଦୁଖ ବେଦନା ପାରେନି ଜାଣି
ପାଖେ ପଶନ୍ତିନି ଭୂତ ଡାହାଣି ॥
ଖରା ବରଷା ଶୀତ କାକର
ଘୋଡ଼ାଇ ରଖେ ପଣତ ତାର ।
ଜର ରୋଗ ପାରେନି ଜାଣି
ଘୋଡେଇ ରଖେ ତା ପଣତ ଟାଣି ॥
ମୋ ମନ ଜାଣି କୁହେ କାହାଣୀ
ଶୋଇ ଯାଏ ଗପ ଶୁଣି ଶୁଣି ।
ଅଝଟିଆ ପଣ ଛାଡି ପାରେନି
ମାଡ଼ ଖାଇ ଲୁଚେ ପଣତ ଟାଣି ॥
ଭୁଲି ପାରିବି ନାହିଁ ତା ଆଦର
ହୁଏନି ସିଏ କେବେ ନିଷ୍କର
ରଖୁ ଥାଏ ସ୍ନେହ ଅପାର ।
ପଣତ ତାର ମୋ ଚାଦର ॥
ପଣତ ତାର ମୋ ରାଜ ଉଆସ
ଭୁଲାଏ ମୋର ଭୋକଶୋଷ ।
ପାଉଥିବି ସଦା ତା ପରଶ
ରହିବି ସଦା ହୋଇ ହସ ହସ ॥


ବଲାଙ୍ଗୀର

ଲେଖା ସମ୍ପର୍କୀୟ ମତାମତ

କିଶୋରୀ ମୋହନ କର

20-11-2024 / 21:45:50

ବହୁତ ସୁନ୍ଦର । ମନଛୁଆଁ । ନମସ୍କାର

ଶଶୀକାନ୍ତ ପଲାଇ

07-11-2024 / 08:28:14

ବହୁତ ସୁନ୍ଦର

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion