ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଡିସେମ୍ବର:୨୦୨୪ , ପ୍ରଥମ ବର୍ଷ : ଦ୍ଵାଦଶ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଆରବ୍ ପାଇଁ ନାନାବାୟା

ଲେଖା : ନୀଳମଣି ଚାନ୍ଦ

ଆ`ରେ ମାଛ ଆ`
ଆରବ୍ କୁ ତୁ ଚିତିପହଁରା
ଶିଖେଇ ଦେଇ ଯା`
ଠିଆପହଁରା ଶିଖୁ
ପାଣି ଚବରଚବର କରି
ସାଙ୍ଗମାନଙ୍କୁ ଡାକୁ।

ଧରି ଜେଜେଙ୍କ ହାତ
ପହଁରୁଥିଲେ ଭୟଫୟ ତ
ରହିବ ନାହିଁ ସତ
ମିହିର ସେନ୍ ପରି
ରଖିବ ଦିନେ ନାଆଁଟି ସିଏ
ସନ୍ତରଣ କରି।

ଆ`ରେ ମାଛ ଆ`
ଆଉ ରହିଲେ ତା ସାଙ୍ଗ ଯେତେ
ଶିଖେଇ ଦେଇ ଯା`
ସେ ଯେବେ ବଡ଼ ହେବେ
ଦେଶ ପାଇଁଟି ସନ୍ତରଣରେ
ପଦକ ଆଣିଦେବେ।


୨୭,ମନ୍ତ୍ର ମାନୋର,ଗୋଠପାଟଣା
ଭୁବନେଶ୍ୱର,ମୋ:୯୫୮୩୨୦୨୩୫୭

ଲେଖା ସମ୍ପର୍କୀୟ ମତାମତ

ଡ. ବିଜୟା ପାତ୍ର

21-12-2024 / 16:17:14

ଏକ ଭିନ୍ନ ସ୍ବାଦର ଲେଖା। ଭଲ ଲାଗିଲା।

ଜୟକୃଷ୍ଣ ସାହୁ

01-12-2024 / 11:21:23

ଜେଜେ ନାତିକୁ ଏକ ନମ୍ବର ପହଁରାଳି କରି ମିହିର ସେନାକୁ ପଟେଇ ଦିଅନ୍ତୁ। ଭଲଲାଗିଲା। ଧନ୍ୟବାଦ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion