ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଡିସେମ୍ବର:୨୦୨୪ , ପ୍ରଥମ ବର୍ଷ : ଦ୍ଵାଦଶ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ରାଶିଲଡୁ

ଲେଖା : ଜିତେନ୍ଦ୍ର ଚନ୍ଦ୍ର ସାହୁ

ଅତି ଯତନରେ ଜେଜେମା ଆମର
ଗଢୁଥିଲେ ରାଶି ଲଡ଼ୁ
ପାଖେ ଠିଆ ହୋଇ ଦେଖୁଥିଲା ସବୁ
ନାତିଆ ତାଙ୍କର ଗୁଡ଼ୁ ।

କହେ ଜେଜେମା କାହା ପାଇଁ ଲଡୁ
ଏତେ ସୁନ୍ଦରିଆ ଗଢୁ
ଖାଇବାକୁ ମନ ହେଉଛି ମୋହର
ଗୋଟାଏ ପାଟିରେ ପଡ଼ୁ ।

ତୁମ ପାଇଁ ପରା ଗଢୁଅଛି ମୁହିଁ
କାହିଁ ପାଇଁ ଏତେ ରଡ଼ୁ
ଗଣେଶ ଚତୁର୍ଥୀ ପାଖେଇ ଆସୁଛି
ପୂଜା କଥା ମନେ ପଡୁ ।

ବିଦ୍ୟ ବୁଦ୍ଧିଦାତା ଗଣେଶ ଦେବତା
ଆଶିଷ ତୋ ଠାରେ ପଡ଼ୁ
ହୋଇବ ପ୍ରସାଦ ତାଙ୍କରି ପୂଜାରେ
ଅତି ପ୍ରିୟ ରାଶି ଲଡୁ ।

କଦଳୀ,ନଡ଼ିଆ କରିଛି ଯୋଗାଡ଼
ଧୂପ ,ଦୀପ ,ଦାନି ଗଡ଼ୁ
ଦୁବ, ବରକୋଳି ରଖିଛି କାକୁଡ଼ି
ସଙ୍ଗେ ନେବ ରାଶି ଲଡ଼ୁ ।



ବସୋଇ,ପରଜଙ୍ଗ,ଢେଙ୍କାନାଳ
ଦୂରଭାଷ-୯୭୭୬୪୫୪୮୦୦

ଲେଖା ସମ୍ପର୍କୀୟ ମତାମତ

ଶରତ କୁମାରୀ ସ୍ଵାଇଁ

04-12-2024 / 19:04:51

ରାଶିଲଡୁ ବହୁତ ବଢ଼ିଆ ଲାଗିଲା। କବିଙ୍କୁ ଆନ୍ତରିକ ଧନ୍ୟବାଦ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion