ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଡିସେମ୍ବର:୨୦୨୪ , ପ୍ରଥମ ବର୍ଷ : ଦ୍ଵାଦଶ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ସମୟ ନଈ ଅଟକେ ନାଇଁ

ଲେଖା : ଧ୍ରୁବ ଚରଣ ଘିବେଲା

ସମୟ ନଈ ଅଟକେ ନାଇଁ
ବହେ ସେ ଅବିରତ
ସତସତିକା ନଈର ଥାଏ
ଦୁଇ କୂଳ ନିଶ୍ଚିତ I
ସମୟ ନଈ ବହେ ସେମିତି
ନଥାଇ ଦୁଇ କୂଳ
ଅସଲ ନଈ ଯାଏ ଅଟକି
ନ ଥିଲେ ସୁଅ ଧାର I
ସମୟ ସୁଅ ସେ ନିରବଧି
କେଉଁ କାଳୁ ବହୁଛି
ସମୟ ନଈ ପାଣି ନ ଥାଇ
ଆଗେଇ ସେ ଚାଲିଛି I
ସମୟ ଟାକେ ନାହିଁ କାହାକୁ
ଏକଲା ଚାଲିଥାଏ
ସମୟ ସାଥେ କିଏ ବା ପୁଣି
କେଉଁଠି ଯୋଡ଼ିହୁଏ I
ସମୟ ଆଗେ କେ ନୁହେଁ ବଡ଼
ସମୟ ବଳବାନ
ସମୟ ବଳେ କିଏ ବା ହୁଏ
ଅତୀବ ଭାଗ୍ୟବାନ I
ଆଜିର ରାଜା କାଲି ଫକୀର
କରି କରାଉଥାଏ
ସମୟ ପୁଣି କାହାକୁ ନେଇ
କେଉଁଠି ଥୋଇଦିଏ I
ସମୟ ସୁଅ ଅନୁକୂଳରେ
କେ ହୁଏ ଭାଗ୍ୟବାନ
ପ୍ରତିକୂଳର ସ୍ଥିତିରେ ରହି
କେ ସାଜେ ହୀନିମାନ I
ସମୟ ନଈ ଚାଲିଛି ବହି
ଚାଲିଥିବ ସେମିତି
କେଉଁଠି କେବେ ରହିଯାଏନି
ନ ଅଟକି ଯେମିତି I
ସୁଖ ସମୟ ଗତି ଅଧିକ
ଶୀଘିର ଚାଲିଯାଏ
ଦୁଃଖ ସମୟ ଗତି ମନ୍ଥର
ସହଜରେ ନଯାଏ I



ବଉଦରାଜ, ଜି. ବୌଦ୍ଧ
ମୋ.9437478466S

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion