ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଡିସେମ୍ବର:୨୦୨୪ , ପ୍ରଥମ ବର୍ଷ : ଦ୍ଵାଦଶ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ମାଆ ପରି ମାଉସୀ

ଲେଖା : କବିଜ୍ୟୋତି ନିରଞ୍ଜନ ପତି

କାରି ମା` ମାଉସୀ ବୁଢୀ ହେଲା ଆସି
ନଇଁ ପଡ଼ିଲାଣି ଅଣ୍ଟା ତାହାର,
ଏଇ ବୟସରେ ସବୁ କାମ କରେ
ସହି ପାରେ ନାହିଁ ଦୁଃଖ କାହାର ।
ପ୍ରତିଟି ରାତିରେ ମଉସା ପାଦରେ
ରାଶିତେଲ ଘଷି ଦିଏ ଆଦରେ,
ସବା ପଛେ ଖାଏ ପଛରେ ସେ ଶୁଏ
ସବୁ ଶୋଇଗଲା ପରେ ନିଦରେ ।
ନାତି, ନାତୁଣୀ ଙ୍କ ଶୁଣି ଆଈ ଡାକ
ହୋଇଥାଏ କେତେ ଖୁସି ସତରେ,
ବନ୍ଧୁ ଡାକିଥାଏ ରାନ୍ଧିକି ଖୁଆଏ
ଖୁସି ହୋଇ ଗାଆଁ ମେଳା ଯାତରେ ।
ନମ କଲେ କିଏ ଚୁମା ଟିଏ ଦିଏ
ହସିଥାଏ ଲୋଚା ଚମ ମୁହଁ ରେ,
ପିଲାଙ୍କର ଅଳି ଯାଏ ସେ ସମ୍ଭାଳି
ମାଉସୀଙ୍କ ପରି କେହି ନୁହଁରେ ।
ଶାଗ ମୁଗ ଯେତେ ଯୋଗାଡେ ସେ କେତେ
ଯାହାକରେ ସବୁ ନଇଁ ନଇଁକା,
ତା` ବୟସ ବେଳେ କାମ କରେ ହେଳେ
ପାଇଟି କରଇ ଧାଇଁ ଧାଇଁକା ।
ତା` ସେନେହ ପାଇ ଖୁସି ହୁଏ ମୁହିଁ
ଦୀର୍ଘାୟୁ ହେଉ ସେ ଆମ ମାଉସୀ,
ମାଆ ପରି ସିଏ ଭୁଲିବ ବା କିଏ
ଦୁଃଖ ବେଳେ ମୁଣ୍ଡ ଦିଏ ଆଉଁସି ।


ସମ୍ପାଦକ, ମଧୁମାଳତୀ
ଗାନ୍ଧୀ ମାର୍ଗ, ଅନୁଗୋଳ
ମୋ-୯୯୩୮୧୩୩୫୫୯

ଲେଖା ସମ୍ପର୍କୀୟ ମତାମତ

ନିରଞ୍ଜନ ପତି

01-12-2024 / 22:04:29

ଜୟକୃଷ୍ଣ ଭାଇ ନମସ୍ତେ, ଆପଣଙ୍କର ଆଶୀର୍ବାଦ ସର୍ବଦା ଏମିତି ଥାଉ। ଗଠନ ମୂଳକ ସୁନ୍ଦର ମତାମତ ପାଇଁ ଅଶେଷ ଧନ୍ୟବାଦ ଅର୍ପଣ କରୁଛି। ଜୟ ଜଗନ୍ନାଥ।

ଜୟକୃଷ୍ଣ ସାହୁ

01-12-2024 / 11:13:14

କଥାରେ ଅଛି, ମାଆ ମରିଗଲେ ମାଉସୀ ଥିବ ଵାପ ମରିଗଲେ ପିଉସୀ ଥିବ। କବିତାଟି ଭଲଲାଗିଲା। କବିଙ୍କୁ ଧନ୍ୟବାଦ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion