ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଡିସେମ୍ବର:୨୦୨୪ , ପ୍ରଥମ ବର୍ଷ : ଦ୍ଵାଦଶ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ବରାର ସାଙ୍ଗ ପକୁଡ଼ି

ଲେଖା : ଧନଞ୍ଜୟ ସ୍ୱାଇଁ

ବରାର ସାଙ୍ଗ ପକୁଡ଼ି
ଗୁଲୁଗୁଲା ଟା ଗପୁଡ଼ି
କୁନାକୁ ଲାଗେ କାକରା ଭଲ
ମୁନାକୁ ଲାଗେ କଚୋଡ଼ି।
ଗୁପୁଚୂପୁ ଟା ମଡମଡିଆ
ସିଙ୍ଗଡ଼ା ଦିଶେ ତିନିକଣିଆ
ପିଆଜି କହେ ମୋ ପରି ନୁହେଁ
ନିମିକି, ସୁନୁପାମ୍ପଡ଼ି।
ଗୋଲ୍ ବରାର ପେଟଟି କଣ।
ଲାଳ ନିଗିଡେ ହୋଇଲେ ଛଣା
ବିକଇ ତାକୁ ବୁଲି ବୁଲିକା
ଗୁଡ଼ିଆ ଘର ଛକଡି।
ଦୋସାରେ ଖାଲି ମସଲା ଆଳୁ
ଚାଓମିନ୍ ଟା କି ସାଲୁବାଲୁ
ଚେପେଟା ଆଳୁଚପ୍ କୁ ଦେଖି
ଧୂନା କୁ ଡାକେ ଧପଡ଼ି।
ପିଆଜି କହେ (ମୁଁ) ବରାର ଭାଇ
ମୋ ଲାଗି ପରା ଗରାଖ ବାଇ
ମୋ ଲାଗି ଭିଡ଼ ଦୋକାନ ଆଗେ
କେତେ ଦ ଉ ଡା ଦ ଉ ଡି
ବରାର ସାଙ୍ଗ ପକୁଡ଼ି।।


ମୋ -9437000636

ଲେଖା ସମ୍ପର୍କୀୟ ମତାମତ

ଡ. ବିଜୟା ପାତ୍ର

21-12-2024 / 16:14:55

ଭଲ ଲାଗିଲା। ସାର୍, ନମସ୍କାର।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion