ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଡିସେମ୍ବର:୨୦୨୪ , ପ୍ରଥମ ବର୍ଷ : ଦ୍ଵାଦଶ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଆମରି ଆଈ

ଲେଖା : ଅନନ୍ତ କୁମାର ସେନାପତି

ନାତି ନାତୁଣୀଏ ଆସିବେ ବୋଲି
ସିନେହ ଦୁଆର ଦେଇଛି ଖୋଲି,
ସକାଳୁ ପହରୁ ଲାଗୁନି ମନ
ତା `ଖୁସିରେ ଥାଏ ଲକ୍ଷେ ରତନ ।

କ୍ଷୀରି, ପିଠା, ମିଠା ରଖିଛି କରି
ଗପ ଶୁଣାଇବ ଆଦର ଭରି,
କେତେ ଖୁସି ତା`ର ମାପି ହୁଏନି
ଆମେ ନ ଖାଇଲେ କେବେ ଖାଏନି ।

ବେଳ ବୁଡିଗଲେ ଠାକୁର ଘରେ
ଦୀପ, ଧୂପ ଜାଳି ମନାସି କରେ,
ଅଜା ପାଇଁ ନିତି କରଇ ଯାହା
ତା `ହାତ ତିଆରି କି ମଜା ଆହାଃ ।

ଆମ ଖୁସି ରେ ସେ ହୁଅଇ ଖୁସି
ଯେତେ ଦୂରେ ଥିଲେ ଯାଉଛି ଦିଶି,
ଅଝଟ ହୋଇଲେ କୋଳକୁ ନେଇ
ବୁଝାଇ ଦିଅନ୍ତି କାହାଣୀ କହି ।

ଆଈର ଘରଟି ଭୁବନେଶ୍ୱର
ଏଠାରୁ ଚାରିଶହ କିଲୋମିଟର,
ଫୋନ ବାଜିଲା ଘନ କୁ ଘନ
ପଚାରିଲେ ଆଈ ଗେଲ୍ହେଇ ଗେଲ୍ହେଇ
କେତେ ଦୂର ହେଲ ରଙ୍କରତନ ।

କହିଲି ଆଈ,
ଆମେ ବି ଭାବୁଛୁ ତୋହରି ପାଇଁ
ପହଞ୍ଚିବୁ ଯାଇ ଚାରିଟା ବେଳେ
ଯେତେ ଥକ୍କା ଆମ ମେଣ୍ଟିଯିବ ଆଜି
ବସିଗଲେ ଥରେ ତୋହରି କୋଳେ ।
ହସିଲା ଆଈ
ତା `ହସରେ ଥିଲା କୋଟିଏ ସରାଗ
ଯାହା କେଉଁଠି ବି ମିଳଇ ନାହିଁ .।


ବାଣ୍ଠୁପଡା, ରେଲୱେ ସାଇଡିଙ୍ଗ ଏରିଆ, ରାଜଗାଙ୍ଗପୁର
ସୁନ୍ଦରଗଡ଼ । ଫୋନ 7008304225

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion