ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଡିସେମ୍ବର:୨୦୨୪ , ପ୍ରଥମ ବର୍ଷ : ଦ୍ଵାଦଶ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଅଙ୍କାବଙ୍କା

ଲେଖା : ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ

ଅଙ୍କାବଙ୍କା ଦିଶେ ଗାଆଁ ବାଟ ଆମ
ଅଙ୍କାବଙ୍କା ଗାଆଁ ନଈ ।
ଅଙ୍କାବଙ୍କା ହୋଇ ଧୂଆଁ ଉଠୁଥାଏ
ସଞ୍ଜ ଆସେ ଯେବେ ନଇଁ ।।
ଅଙ୍କାବଙ୍କା ହୋଇ ସାପ ଚାଲୁଥାଏ
ଅରମା ଜଙ୍ଗଲ ମାଡ଼ି ।
ଅଜାଙ୍କର ପାଦ ଅଙ୍କାବଙ୍କା ପଡ଼େ
ହାତରେ ନଥିଲେ ବାଡ଼ି ।।
ଦୂର ପାହାଡ଼ ବି ଅଙ୍କାବଙ୍କା ଦିଶେ
ଦିଶେ ପୁଣି ମନଲୋଭା ।
ଅଙ୍କାବଙ୍କା ହୋଇ ଜାତି ଜାତି ଲତା
ବଢ଼ାଏ ଗାଆଁର ଶୋଭା ।।


ଭାରତୀ କୁଟୀର
ଡୁଙ୍ଗୁରିପାଲି -767023
ସୁବର୍ଣ୍ଣପୁର
Mob . 9437640316

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion