ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଡିସେମ୍ବର:୨୦୨୪ , ପ୍ରଥମ ବର୍ଷ : ଦ୍ଵାଦଶ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଆ`ଲୋ ଵଉଳ ନଈକୁ ଯିବା

ଲେଖା : ପ୍ରଶାନ୍ତ କୁମାର ଦାଶ

ଚଉରାରେ ବୋଉ ଦୀପ ଜାଳିଲାଣି
ଫେରିଲେଣି ଗାଈଗୋଠ
ସଞ୍ଜ ଆସିଲାଣି ବଉଳ ଲୋ ଯିବା
ନଈକୁ ନକରି ମଠ ।
ମନ୍ଦିରରେ ନନା ଆଳତୀ କଲେଣି
ସୁରୁଜ ବୁଡ଼ିବା ଦେଖି
ଦୂର ବିଦେଶକୁ ବାପାଙ୍କ ପାଖକୁ
ଅପା ବସେ ଚିଠି ଲେଖି ।

ଝାଡିଲାଣି ପର ଗେଣ୍ଡାଳିଆ ତାର
ବିଲୁଆ ଦେଲାଣି ରଡି
ଗଛରୁ ପତର ଖସିତ ପଡୁଛି
ଅନ୍ଧାର ଆସୁଛି ମାଡି ।

ମୁହଁ ସଞ୍ଜ ହେଲା ପକ୍ଷୀ ଲେଉଟିଲା
ଚରା ବୁଲା ତାର ସାରି
ବାଟୋଇ ଚାହିଁଛି ଫେରିଲେ ନଉକା
ହେବ ସିଏ ନଈ ପାରି ।

ସପନା ସାରିକି କ୍ଷେତର ପାଇଟି
ଘରକୁ ଫେରିଲା ତାର
ଝିଅତ ରହିଚି ଶାଶୂଘରେ ଯାଇ
ବୋଉ ଢାଳେ ଲୁହଧାର ।

ଗରିବ ଶ୍ରମିକ ତଡିଵାକୁ ଦୁଃଖ
ସହରେ କରୁଛି କାମ
ଅନ୍ଧାରକୁ ଡରି ବୋଉକୋଳେ ଯାଇ
ବସିପଡେ କୁନା ଆମ ।

ଗଉରୀ କହିଲା ଦେଏଖେ ବଉଳ
ସଞ୍ଜ ଆସିଲାଣି ନଇଁ
ଆସୁଛି ଅନ୍ଧାର ସଅଳ ଯିଵାଲୋ
ଗାଆଁଠୁ ଦୂରରେ ନଈ ।



କୁଞ୍ଜର ସଙ୍ଗଳାଇ
ପିପିଲି ପୁରୀ
ମୋବାଇଲ -୯୬୬୮୮୨୨୧୯୦

ଲେଖା ସମ୍ପର୍କୀୟ ମତାମତ

ଡ. ବିଜୟା ପାତ୍ର

21-12-2024 / 16:12:51

ଭଲ ଲାଗିଲା। ଧନ୍ଯବାଦ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion