ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଡିସେମ୍ବର:୨୦୨୪ , ପ୍ରଥମ ବର୍ଷ : ଦ୍ଵାଦଶ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ହିସାବ ଯଦି ନାହିଁ

ଲେଖା : ପ୍ରଭାତ ଚନ୍ଦ୍ର ରଥ

ପବନା ଥରେ
ରେଳରେ ବସି
କେରଳ ଗଲା ବୁଲି,
ଚକ ଚକିଆ
ହୋଟେଲ ଦେଖି
ଖୁସିରେ ଗଲା ଫୁଲି..
ଦିଚାରି ଦିନ
ଧୂମ ଖାଇ
ଆରାମ କଲା ସେଠି,
ହୋଟେଲ ଭଡା
ଦେଇ ନପାରି
ଖଟିଲା ସେଠି ବେଠି.
ଘରକୁ ଯେବେ
ଆସିଲା ଫେରି
ମୁହଁ ଦିଶଇ ଫିକା
ମୁଦିଠୁ ଘଣ୍ଟା
ଯା ପିନ୍ଧିଥିଲା
ସବୁ ହୋଇଛି ବିକା.
ସାଥୀଏ ଘେରି
କହିଲେ ତାକୁ
ଇମିତି ହେଲା କାହିଁ,
ପବନା କହେ -
ଇମିତି ହୁଏ
ହିସାବ ଯଦି ନାହିଁ..


ଅବସରପ୍ରାପ୍ତ ଶିକ୍ଷକ
ସତ୍ୟବାଦୀ
8763302507.

ଲେଖା ସମ୍ପର୍କୀୟ ମତାମତ

ଡ. ବିଜୟା ପାତ୍ର

21-12-2024 / 16:18:51

ଭଲ ଲାଗିଲା।

ଜୟକୃଷ୍ଣ ସାହୁ

01-12-2024 / 11:29:28

ପ୍ରଭାତ! ସବୁବେଳେ ହିସାବକିତାଵ କରି ଖର୍ଚ କରୁଥଵ। ନହେଲେ ପଵନା ଭଳିଆ ହେବ। କବିତାଟି ଭଲଲାଗିଲା। ଜୟୀ ଭାଇ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion