ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜାନୁୟାରୀ:୨୦୨୫ , ଦ୍ଵିତୀୟ ବର୍ଷ : ପ୍ରଥମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ତିଆରେ ନିଜ ଘର

ଲେଖା : ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ

କାଠିକୁଟା ପତର ଆଣି
ତିଆରେ ନିଜ ଘର
ତା `ପରି ଆଉ ଏମିତି ଅଛି
କିଏ ସେ କାରିଗର?
ଖଜୁରୀ ଅବା ତାଳଗଛର
ନହକା ବରଡାରେ
ତୋଳଇ ସିଏ ନିଜ ଘରକୁ
ଝୁଲଇ ପବନରେ.
ବାଆ ବତାସ ଯେତେ ବା ଆସୁ
ନ ଥାଏ ତା`ର ଡର
ସେଇଠି ରଖେ ନିଜ ଛୁଆଙ୍କୁ
ସେଇଟା ତା`ର ଘର.
ଲୋକେ କୁହନ୍ତି କି ଆସେ ଯାଏ
ବାଆରେ ଝୁଲେ ବସା
ବାଇଚଢେଇ ଚତୁର ମୁହିଁ
ହୁଏ ନି ଲୋକହସା.
କଳାକୌଶଳ ମୋତେ ତ ଜଣା
କାରିଗର କେ ନାହିଁ
ନିଜେ କରିଛି ସୁନ୍ଦର ବସା
ଡାଳେ ଝୁଲିବା ପାଇଁ.

ଲେଖା ସମ୍ପର୍କୀୟ ମତାମତ

ହଂସନାଥ ମୁଦୁଲି

01-01-2025 / 23:43:31

ବହୁତ ସୁନ୍ଦର।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion