ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଫେବୃଆରୀ:୨୦୨୫ , ଦ୍ଵିତୀୟ ବର୍ଷ : ଦ୍ଵିତୀୟ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ମିଠା ମହକ :‌ ଜୀବନ ଫୁଲ

ଲେଖା : ପ୍ରଶାନ୍ତ କୁମାର ଦାଶ

କାହାର ଦୁଃଖ ଦେଖିଲେ ଥରେ
ଛାତିରେ ଉଠେ କୋହ
ଆପଣା ଛାଏଁ ଖସି ପଡଇ
ଆଖିରୁ ଧାରେ ଲୁହ ||

ସ୍ନେହ ପ୍ରେମର ଝରଣା ବୋହେ
ଦୁନିଆଛାତି ପରେ
ମିଠା ମହକ ବଚନ ଶୁଣି
ଦୁଃଖ ଆବେଗ ସରେ ||

ମରମତଳେ ସବୁରି ପାଇଁ
ସମବେଦନା ରଖି
କରିଲେ ହିତ ପୁଲକେ ଚିତ୍ତ
ଛୁଟଇ ମନପକ୍ଷୀ ||

ଦୁନିଆହିତ ସାଧିଲେ ପାଏ
ମଣିଷ ଦିନେ ପୂଜା
ନଥାଏ ଶିରେ ମୁକୁଟ ସିଏ
ହୁଏ ରାଇଜ ରାଜା ||

ମହକି ଉଠେ ଜୀବନଫୁଲ
ଜଗତ ହୁଏ ଖୁସୀ
ସରଗୁ ପୁଣି ଧରଣୀ କୋଳେ
ପଡ଼ଇ ସୁଧା ଖସି ||


କୁଞ୍ଜର -ସଙ୍ଗଳାଇ
ପିପିଲି -ପୁରୀ
ମୋବାଇଲ -୯୬୬୮୮୨୨୧୯୦

ଲେଖା ସମ୍ପର୍କୀୟ ମତାମତ

ନିରଞ୍ଜନ ପତି

28-02-2025 / 13:14:23

ବହୁତ ସୁନ୍ଦର ଭାବ ବ୍ୟଞ୍ଜକ କବିତା । ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରୁଛି ଭାଇ । ଜୟ ଜଗନ୍ନାଥ ।

ଜୟକୃଷ୍ଣ ସାହୁ

05-02-2025 / 20:00:28

କବିତାଟି ଭଲଲାଗିଲା। ଧନ୍ୟବାଦ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion