ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜାନୁୟାରୀ:୨୦୨୫ , ଦ୍ଵିତୀୟ ବର୍ଷ : ପ୍ରଥମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଶୀତ ଆସିଅଛି ନୂଆ ବର୍ଷ ଧରି

ଲେଖା : ଲକ୍ଷ୍ମୀଧର ନାୟକ

ଶୀତ ଆସିଅଛି ନୂଆ ବର୍ଷ ଧରି
କରିବା ସଭିଏଁ ମଜା,
ନୂଆ ବର୍ଷ ସାଥେ ଶୀତ ଅଛି ବୋଲି
ବଣଭୋଜି ହୁଏ ଖୋଜା ।

ଏଇ ଦୁହିଁଙ୍କର ଅପୂର୍ବ ମିଳନ
ବିଭୁଙ୍କର ବରଦାନ,
ସେଥିପାଇଁ ସିନା ହସି ଖୁସି କଟେ
ସଭିଙ୍କର ଦିନମାନ ।

ସାଙ୍ଗ ସାଥି ମେଳେ ନୂଆ ସ୍ଥାନ ବୁଲା
ମନ ପ୍ରଫୁଲ୍ଲିତ କରେ,
ନୂଆ ଆଶା ସଞ୍ଚି ପୁଣି ବର୍ଷେ ପାଇଁ
ମନେ ନୂଆ କର ଭରେ ।

ଶୀତ ପାଇଁ ସିନା ନୂଆ ବର୍ଷ ମଜା
ନୂଆ ବର୍ଷ ପାଇଁ ଶୀତ,
ସେଥିପାଇଁ ଦେଖ ଆସନ୍ତି ମିଶିକି
ଦୁହେଁ ଆଜୀବନ ମିତ ।

ମିତ ହୋଇ ଦୁହେଁ କରିଥାନ୍ତି ମିଶି
ସମାଜ ପାଇଁକି ହିତ,
ଖୁସିରେ ସ୍ବାଗତ କରିବା ସଭିଏଁ
ଗାଇକି ମଧୁର ଗୀତ ।



ବାଉଁଶିଆପଡା, ନୟାଗଡ଼
୮୨୭୦୩୭୨୪୯୮

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion