ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜାନୁୟାରୀ:୨୦୨୫ , ଦ୍ଵିତୀୟ ବର୍ଷ : ପ୍ରଥମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ନିଜଘର ସୁଖ କାହିଁ ନମିଳେ

ଲେଖା : ଲକ୍ଷ୍ମୀପ୍ରିୟା ଦାସ

ଗୁଣ୍ଡୁଚି ଆଣିଲା ବାଦାମ ଖୋଳି
ମାଟି ହୋଇଗଲା ଦେହରେ ବୋଳି
ପୋଖରୀ ପାଣିରେ ଧୋଇହେଲାନାହିଁ
ଭାବିଲା ହୋଇବ ପୋଖରୀ ଗୋଳି।
ଡେଇଁ ଡେଇଁ ଗଲା ତଟିନୀ କୂଳେ
ଘଡିଏ ବସିଲା ପୋଲାଙ୍ଗ ମୂଳେ
ଫେରିବା ବାଟରେ ବୁଦା ଗହଳରୁ
ତୋଳିଲା କଣ୍ଟେଇ କୋଳିରୁ ପୁଳେ।
ବାୟା ବସିଥିଲା ତାଳଗଛରେ
ଦୋଳି ଖେଳୁଥିଲା ଛୁଆ ପଛରେ
ବସାରେ ତାହାର ଅତିଥି ହେବାକୁ
ଗୁଣ୍ଡୁଚିକୁ ଡାକି କହେ ଆଦରେ।
ଗୁଣ୍ଡୁଚିର ନାହିଁ ସମୟ ତିଳେ
କେତେ କାମ ତାର ଆପଣା ବିଳେ
କଣ୍ଟେଇ କୋଳିରୁ ଫାଳେ ଯାଚି କହେ
ନିଜ ଘର ସୁଖ କାହିଁ ନମିଳେ।

ସୁଦର୍ଶନ ନଗର
ପୁରୀ-୭୫୨୦୦୨

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion