ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଫେବୃଆରୀ:୨୦୨୫ , ଦ୍ଵିତୀୟ ବର୍ଷ : ଦ୍ଵିତୀୟ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଓଡ଼ିଶା ମାଟିରେ ଜନମ ନେଇଛେ

ଲେଖା : ଅଜୟ କୁମାର ସେଠୀ

ଓଡ଼ିଶା ମାଟିରେ ଜନମ ନେଇଛେ
ସିଏ ପରା ଆମ ମାଆ
ତା ପାଣି ପବନେ ଗଢ଼ା ଏ ଜୀବନ
ସବୁରି ଅଟେ ସେ ସାହା ।
ତା କୋଳରେ ବହେ ନଦୀ ଓ ଝରଣା
ମିଶନ୍ତି ସାଗରେ ଯାଇ
ବିଲ,ବନ,ଘର ଆହାକି ସୁନ୍ଦର
ପଟ୍ଟାନ୍ତର ତା`ର ନାହିଁ ।
ଏ ମାଟିର ଆମ ପ୍ରଭୁ ଜଗନ୍ନାଥ
ପୂଜନ୍ତି ସାରା ଜଗତ
ବାରମାସେ ତା`ର ତେର ପର୍ବ ହୁଏ
ମିଛ ନୁହେଁ ଏହା ସତ ।
ରାମାୟଣ, ଗୀତା, ଭାଗବତ ପୋଥି
ଅମୂଲ୍ୟ ରତ୍ନ ଆମର
ଯାହାକୁ ଛୁଇଁଲେ ଅବା ପାଠକଲେ
ପବିତ୍ର ହୁଏ ଅନ୍ତର ।
ଧଉଳିଗିରି ଓ ଖଣ୍ଡଗିରି କହେ
ଅଶୋକଙ୍କ ବୀର ଗାଥା
ବଦଳାଇଥିଲା ଏହି ମାଟି ତାଙ୍କୁ
ନଇଁ ଥିଲା ତାଙ୍କ ମଥା ।
ଏ ମାଟିରେ ବୀର ପାଇକ କାହାଣୀ
ଶୁଣିରଖ ବାରମ୍ବାର
ମାଟି ମା ପାଇଁ ଜୀବନକୁ ଦେଇ
ରହିଛନ୍ତି ସେ ଅମର ।
ଏ ମାଟିରୁ ମୁଠେ ଚିପୁଡିଲେ ଏବେ
ବୀର ରକ୍ତ ପଡ଼େ ଝରି
ସେ ରକ୍ତ ଶିଖାଏ ଆମକୁ ଏକତା
ମନେ ପଡ଼େ ପୂର୍ବ ପିଢ଼ି ।
ବାଜିଆ,ଧରମା ଏ ମାଟି ସନ୍ତାନ
ଜାତି ପାଇଁ ପ୍ରାଣ ଦେଲେ
କେତେ ବୀର ଯୋଦ୍ଧା ଜାତି ପାଇଁ ଲଢ଼ି
ସ୍ବାଧୀନ ଆମ ଆଣିଲେ ।
ତାଙ୍କ ପାଇଁ ଆମେ ଗର୍ବ କରୁଅଛେ
ନମସ୍ୟ ସିଏ ଆମର
ଓଡ଼ିଶା ମାଟିର କୀର୍ତ୍ତି କାରୁକାର୍ଯ୍ୟ
ନାହିଁ ତା`ର ପଟ୍ଟନ୍ତର ।
ଓଡ଼ିଶା ମାଟିରେ ଜନ୍ମ ହୋଇଅଛେ
ରଖିବା ଜାତିର ଟେକ
ଅସ୍ମିତା ତା`ର ବଜାୟୀ ରଖିବା
ଆମ ପାଇଁ ସେ ଆଲୋକ ।

ଗ୍ରାମ-ଅଞ୍ଜିରା ,ପୋ-ଓହ୍ଲାଣ ,ଭାୟା- ନିରାକାରପୁର
ଜିଲ୍ଲା -ପୁରୀ,ପିନ୍-୭୫୨୦୧୯
ମୋ-୯୯୩୭୧୯୮୮୭୮
ଫୋନ 700304225

ଲେଖା ସମ୍ପର୍କୀୟ ମତାମତ

Prabasini Mishra

05-02-2025 / 22:02:54

ଅତି ସୁନ୍ଦର

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion