ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜାନୁୟାରୀ:୨୦୨୫ , ଦ୍ଵିତୀୟ ବର୍ଷ : ପ୍ରଥମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଦେଶପ୍ରୀତି

ଲେଖା : ଡ଼।.ସ୍ୱର୍ଣ୍ଣଲତା ତ୍ରିପାଠୀ

ଆମେ ଆଜିର ଚାର।
କାଲିକୁ ମହାଦ୍ରୁମ,
ପତ୍ର,ଫୁଲ ,ଫଳରେ
ଉପକାରର କାମ ।
ଆମେ ଆଜିର ଶିଶୁ
କାଲିକୁ ନାଗରିକ,
ସୁଖଦୁଃଖରେ ଜୀବନ ବାଜି
ହେବୁ ଦେଶ ସେବକ ।
ସୁଖଶାନ୍ତିରେ ମମତା ଦେଇ
ରଖି ଆନ୍ତରିକତା,
ଦେଶକୁ ଭଲ ପାଇବୁ ସଦ।
ବାନ୍ଧି ଆମେ ଏକତା ।
ପ୍ରଗତି କାମେ ଅଣ୍ଟା ଭିଡ଼ିବୁ
କରିବୁ ସହଯୋଗ,
ସଚେତନତା କର୍ତ୍ତବ୍ୟ କରି
ନିଜକୁ ବିନିଯୋଗ ।
ସମାଜ ପ୍ରତି ସହାନୁଭୂତି
ଶ୍ରଦ୍ଧା ରଖିବା ଭଲ,
ଧନୀ ଗରିବ ସବୁଶ୍ରେଣୀରେ
ସମାନ ଅଧିକାର ।
ଶ୍ରଦ୍ଧା ସମ୍ମାନ ଜାତୀୟଭାବ
ଜାଗ୍ରତ ଦେଶ ପ୍ରୀତି,
ଜାତି ଉନ୍ନତି ନିଜ ଉନ୍ନତି
ଭାବନା ଥିବ ନିତି ।


(ର।ଷ୍ଟ୍ରପତି ପୁରସ୍କରପ୍ରାପ୍ତ )
ଅବସର ପ୍ରାପ୍ତ ମଣ୍ଡଳ ସହ ଶିକ୍ଷା ଅଧିକାରୀ,ପୁରୀ ସଦର ବ୍ଲକ ।
କୋଣାର୍କ,ପୁରୀ ।

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion