ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜାନୁୟାରୀ:୨୦୨୪ , ପ୍ରଥମ ବର୍ଷ : ପ୍ରଥମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଏକାଡେମୀର ସପନ ହେବ ସାକାର

ଲେଖା : ଡ. ସନାତନ ପଣ୍ଡା

ଅଷ୍ଟମୀ ତିଥିରେ ଅଷ୍ଟମ ଗର୍ଭରେ
ଆସୁଛି କାଳିଆ ସୁନା ।
ଓଡ଼ିଶାରେ ଶିଶୁ-କିଶୋର-ସାହିତ୍ୟ
ଏକାଡେମୀର ସର୍ଜନା ॥
ଗପ ଭଳି ଭଳି ଗୀତ ଭଳି ଭଳି
ନାଚିଲେଣି ପଢି଼ ଶିଶୁ ମାରି ତାଳି...॥
ପିଲାଏ ପଢ଼ିବେ ପିଲାଏ ଲେଖିବେ
ସୃଜନୀ ହେବ ବିକାଶ ।
ଗପ କବିତାର ଆସିବ ଜୁଆର
ଫୁଟାଇବ ମୁଖେ ହସ ॥
ବହି ଆମ ବନ୍ଧୁ ବହି ଜ୍ଞାନସିନ୍ଧୁ
ବହିକୁ କରି ଆଦର ।
ଦିଅ ପୁରସ୍କାର ଦିଅ ଉପହାର
ଘରେ ଘରେ ହେଉ ପାଠାଗାର ॥
କୁନି ଓଠେ ଆସିବ ଝଙ୍କାର,
ଆମ ଭାଷାର ହେବ ପ୍ରସାର ,
ଏକାଡେମୀର ସପନ ହେବ ସାକାର...।
ସଂଗଠିତ ହେଲେ କବି ଓ ଲେଖକ
ଫିଟିଲା ଗପ ଗଣ୍ଠିଲି ।
ତାଙ୍କ ଗପ ପଢି କୁନା ମୁନା ଝୁନା
ହସିଲେଣି ଖିଲି ଖିଲି ॥
ଛାନ୍ଦ ଚଉପଦୀ ନାଟକ କବିତା
ଗପଗୀତ କଥା ସାର ।
ବିଜ୍ଞାନ କାହାଣୀ ବୁଢ଼ୀ ଅସୁରୁଣୀ
ପଶୁ ପକ୍ଷୀର ସମ୍ଭାର ॥
ମେଳ ହୋଇଲେଣି କବିକୁଳ
ହେବ ଗୀତ-କବିତା ଆସର
ଗାଇବେ ନାଚିବେ ପରା ଶିଶୁ-କିଶୋର... ।।

ଲେଖା ସମ୍ପର୍କୀୟ ମତାମତ

ସତ୍ୟନାରାୟଣ ମିଶ୍ର

02-02-2024 / 19:50:44

ଶିଶୁ କବିତାଟି ଶିଶୁ ମନଲାଖି ହୋଇଛି

ସଂଯୁକ୍ତା ପରିଚ୍ଛା

30-01-2024 / 14:46:42

ଏକାଡେମୀ ସମ୍ପର୍କୀୟ ଲେଖା।ଭଲ ଲାଗିଲା ।

ହରିପ୍ରିୟା ପଟ୍ଟନାୟକ

29-01-2024 / 18:28:10

ବହୁତ ସୁନ୍ଦର ହେଇଛି କବିତାଟି।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion