ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଫେବୃଆରୀ:୨୦୨୫ , ଦ୍ଵିତୀୟ ବର୍ଷ : ଦ୍ଵିତୀୟ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ହାତ ଅଟଇ ବନ୍ଧୁ

ଲେଖା : ଦୀନବନ୍ଧୁ ପୋଇ

କେଡେ ସୁନ୍ଦର ମୋ ଦୁଇ ବନ୍ଧୁ
ପାଖରେ ମୋର ଥାଇ
ଯାହା ମୋ ଲୋଡା କହିଲା କ୍ଷଣି
ଦିଅନ୍ତି ସେ ଯୋଗାଇ ।
ଖାଇଲା ବେଳେ ପାଟିକୁ ସିଏ
ଖୁଆଇ ଦିଏ ଖାଦ୍ୟ
ଗୀତ ଗାଇଲେ ସେ ଦୁହେଁ ମିଶି
ବଜାଇଥାନ୍ତି ବାଦ୍ୟ ।
ଲଜ୍ଜା ବାରଣ କରିବା ପାଇଁ
ପିନ୍ଧାଇ ଦିଏ ବାସ
ଗୋରୁ ଗାଈଙ୍କ ଖାଇବା ପାଇଁ
ଯୋଗାଏ ବି ସେ ଘାସ ।
ମନର କଥା କହିଲେ ତାକୁ
ସବୁ ସେ ମାନି ନିଏ
କଲମ ଧରି ଗୀତ କବିତା
କାଗଜେ ଲେଖି ଦିଏ ।
ସ୍ଵଛ ଅସ୍ବଛ ସବୁ ସେ କରେ
ଆମରି ଇଛା ଭରେ
ଭଲ ଚାହିଁରେ ତାହାଠୁ ଆମେ
ଭଲହିଁ ସିଏ କରେ ।
ଭକତି ପାଇଁ ଗୁରୁଙ୍କୁ ସିଏ
ପ୍ରଣାମଟିଏ ଦିଏ
ତାଙ୍କରି ପରି ବନ୍ଧୁ ଜଗତେ
ନାହିଁରେ ଆଉ କିଏ ?
ସଫାସୁତରା ରଖିଲେ ତାଙ୍କୁ
ରହିବା ଆମେ ଭଲ
ଅସନା କଲେ ସଫା ନକେଲେ
ନିଜର ଶତ୍ରୁ ହେଲ |
ସେ ଦୁହେଁ ଆଉ କେ ନୁହେଁ ପିଲେ
ବାମ ତାହାଣ ହାତ
ଯେତେ କରମ ଲୋଡା ଆମର
ସବୁଥି ପାଇଁ ମିତ ।


ଗୋରଡ଼ା ପାଳ, କରମୂଳ
ଢେଙ୍କାନାଳ, ଦୂରଭାଷ - ୯୯୩୮୮୦୨୪୧୨

ଲେଖା ସମ୍ପର୍କୀୟ ମତାମତ

Saraswati Behera

07-02-2025 / 14:05:51

ଅତି ସୁନ୍ଦର ମନଛୁଆଁ କବିତା

Drapada Behera

06-02-2025 / 23:12:46

Exlent

ବସିରନ୍ ବିବି

06-02-2025 / 20:55:29

ସୁନ୍ଦର ଶିଶୁ ମନଛୁଆଁ କବିତା

Ashish Mishra

04-02-2025 / 21:40:58

ମନୋମୁଗ୍ଧକର , ଚମତ୍କାର ଲିଖନୀ। କବିଙ୍କର ଦୀର୍ଘାୟୁ ଜୀବନ ସହ ଏପରି କବିତା ଅନେକ ମାତ୍ର ରେ ଆସିବା ଉଚିତ୍ ।

Jayanta Kumar Dash

04-02-2025 / 12:14:16

Shishu kabitati shikshyaniya o akarshaniya hoichhi ,

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion