ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜାନୁୟାରୀ:୨୦୨୫ , ଦ୍ଵିତୀୟ ବର୍ଷ : ପ୍ରଥମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ହେ ନୂଆ ସକାଳ

ଲେଖା : ଜୟନ୍ତ କୁମାର ଓଝା

ସରସ ମନରେ ବିରସ ନ ଆସୁ
ହରଷେ ଜୀବନ ହସୁ
ଏ ନୂଆ ବରଷ ଦେଇ ତା ପରଶ
ନବ ଆଲୋକରେ ବର୍ଷୁ ।

ଏଆଲୋକ ପଡି ଦେଉ ସିଏ ପୋଡି
ମନର କଳୁଷ ବନ
ଫୁଟି ଉଠୁ ହୃଦେ ପ୍ରେମର କମଳ
ଛୁଇଁ ଯାଇ ସବୁ ମନ ।

ଏଆଲୋକ ହେଉ ସତ୍ୟ ନ୍ଯାୟ ଶାନ୍ତି
ସ୍ନେହ ସରଧାର ଧାରା
ଜଣ ଜଣ କରି ସବୁ ପ୍ରାଣ ଛୁଉଁ
ବହୁ ସେ ଜଗତ ସାରା ।

ଅସତ୍ ନିଶିର ବୁକୁ ଚିରି ଦେଉ
ପ୍ରେମର ଗାଉ ସେ ଜୟ
ପ୍ରେମର ରଜ୍ଜୂରେ ବାନ୍ଧି ଦେଉ ସିଏ
ବିଶ୍ୱ ହେଉ ପ୍ରେମ ମୟ ।

ଆସ ଆସ ତୁହି ହେ ନୂଆ ସକାଳ
ସେ ନୂଆ ସୁକାଳ ନେଇ
ଶୋଇ ଯାଇ ଅଛି ଅନ୍ତରର ଆତ୍ମା
ଆଜି ଯାଅ ଚେଇଁ ଦେଇ ।



ଭଅଁରା, ଭୁରୁଙ୍ଗା, ଯାଜପୁର-755017.
SSPL, DRDO, TIMARPUR.
DELHI-110054 / 9540236646

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion