ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜାନୁୟାରୀ:୨୦୨୫ , ଦ୍ଵିତୀୟ ବର୍ଷ : ପ୍ରଥମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ନୂଆ ବରଷରେ ବଣଭୋଜି

ଲେଖା : ଶ୍ରୀ କୁଞ୍ଜବିହାରୀ ସାହୁ

ଜଙ୍ଗଲର ଗଛ ପିଲାଙ୍କୁ ଡାକିଲେ
ଆସରେ ପିଲାଏ ଆସ,
ତୁମେ ତ ସତରେ କଅଁଳ କୁସୁମ
ବିତର ତୁମର ବାସ ।

ଖେଳରେ, ବୁଲରେ, ମଉଜ କରରେ
ଡରନା କାହାକୁ ଏଠି,
ଏ ଗଛ ତୁମକୁ ଆଶରା ଦେବ ଯେ
କରିଯା ଗୁଲି ଓ ଖଟି ।

ଏ ବଣ ଭିତରେ ଭୋଜିଟେ କରି ଯା
ଖାଇଯା ଏକାଠି ବସି,
ତୁମକୁ ଦେଖିଲେ ଖୁସି ତ ଲାଗିବ
ଆମେ ବି ଯିବୁରେ ହସି ।

ଦେଖରେ ଦେଖରେ ଝରଣା ଝରୁଛି
ଗାଉଛି ସୁନ୍ଦର ଗୀତ,
ଶୁଣାଇ ଦେଉଛି ଜଙ୍ଗଲି ଗୀତଟି
ହୋଇଛି ତୁମରି ମିତ ।

ପିଲାଏ କହିଲେ ବଢିଆ ବଢିଆ
ଏଇଠି କରିବୁ ଭୋଜି,
ଏ ନୂଆବରଷେ ତୁମେ ତ ସାହାରା
ଡାକିଛ ପାଖକୁ ଖୋଜି ।

ପିଲାଏ କରିଲେ ବଣରେ ଭୋଜିଟେ
ଖାଇଲେ ହରଷ ହୋଇ,
ବଣର ଗଛକୁ ଜୁହାର ହୋଇଲେ
ଖୁସିରେ ଭୋଜିକୁ ଖୋଇ ।


ପାତ୍ରପଡା, ଭୁବନେଶ୍ବର
୭୦୦୮୧ ୪୨୦୪୦

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion