ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଫେବୃଆରୀ:୨୦୨୫ , ଦ୍ଵିତୀୟ ବର୍ଷ : ଦ୍ଵିତୀୟ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ମୋର ବି ମନ ଟେ ଅଛି

ଲେଖା : ଗୋପୀନାଥ ଦାଶ

ମନ ଲାଗେ ମତେ ଖେଳନ୍ତି ଟିକିଏ
ସକାଳେ ଓ ସନ୍ଧ୍ୟାରେ
ବାପା କିନ୍ତୁ ମତେ ତାଗିତ କରନ୍ତି
ମନଦିଅ ପାଠ ପଢ଼ାରେ।
ବୁଲିବାକୁ କେତେ ମନଲାଗେ ମତେ
ଦେଖନ୍ତି ପାହାଡ ନଈ
ବାପା କିନ୍ତୁ ମତେ ତାଗିତ କରନ୍ତି
ସମୟ ନଷ୍ଟ କର ନାହିଁ।
ପୋଖରୀ କୁ ଯାଇ ପହହଁରନ୍ତି ଟିକେ
ସାଙ୍ଗଙ୍କ ମେଳରେ ଯାଇ
ବାପା କିନ୍ତୁ ମତେ ତାଗିତ କରନ୍ତି
ଏମିତି ହଉଛୁ କାଇଁ।
ମାମୁଁ ଘର ଯିବି ଗେଲ ହେବି ଟିକେ
ଭାବେ ଏକଲା ବସି
ବାପା କିନ୍ତୁ ମତେ ତାଗିତ କରନ୍ତି
ବହି ଧରି ପଢ ବସି।
ଧଉଳି ଦେଖିବି କୋଣାର୍କ ଦେଖିବି
ବୁଲିବି ନନ୍ଦନ କାନନ
ବାପା କିନ୍ତୁ ମତେ ତାଗିତ କରନ୍ତି
ଛୁଟି ରେ ସାର ପାଠ କାମ।
ବାପା ଟିକେ ଆସ ବୁଲେଇ ଆଣିବ
ପାର୍କ କୁ ନେଇ ମତେ
କାମ ଅଛି ବେଶୀ ଆଉ କେବେ ଯିବା
ଭୁଲାଇ ଦିଅନ୍ତି ସତେ।
କାଳେ ଟିଭି ଦେଖି ଦେବ ଭାବି
ରିଚାର୍ଜ କରନ୍ତି ନାହିଁ
ମୁଁ ବି ଜାଣିଛି ପାଠ ପଢି ଭଲ
ମଣିଷ ଟେ ହେବି ମୁହିଁ।
ମୁଁ କଣ ଚାହୁଁଛି କେହି ପଚାରନ୍ତି ନି
ମୋର ବି ମନ ଟେ ଅଛି
ତାଙ୍କ ଇଛା ସବୁ ମୋ ଉପରେ ଲଦି
ଭାବନ୍ତି ନି ଅନ୍ୟ କିଛି।

ବରପାଲିପଡ଼ା, ବଲାଙ୍ଗିର
Mo-6371805070

ଲେଖା ସମ୍ପର୍କୀୟ ମତାମତ

ଅଭିଳାଷ ଦାଶ

23-02-2025 / 06:42:40

ପଢି ଭଲ ଲାଗିଲା

Stitikrishna rout

03-02-2025 / 06:16:00

Nice and well writting

ରଶ୍ମି ରେଖା ମିଶ୍ର

01-02-2025 / 05:26:25

ଉଚ୍ଚ କୋଟିର ଲେଖା। ଲେଖକ ଙ୍କୁ ଧନ୍ୟବାଦ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion