ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜାନୁୟାରୀ:୨୦୨୫ , ଦ୍ଵିତୀୟ ବର୍ଷ : ପ୍ରଥମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଗଛ ଲଗାଇବା -ଆଶିଷ ପାଇବା

ଲେଖା : ପୌର୍ଣ୍ଣ ମାସୀ ଦେବୀ

ଓଡିଶା ଆମ ରାଇଜ ନାମ
ଜାତି ଆମର ଓଡ଼ିଆ
ମୁଲକ ରାଜା ଜଗତ ନାଥ
ସେନେହେ ଡାକୁ କାଳିଆ ।
ଜାତି ଅଜାତି ନାହିଁ ତାହାଠି
ସଭିଏ ତାର ସମାନ
ବିପଦ ବେଳେ ଡାକୁ ଆତୁରେ
ରଖ ଚକା ନୟନ ।
ସୁଖ ଦୁଃଖ ରେ ସବୁ କାମରେ
ଲୋଡୁ ତାହାକୁ ଆଗୁଆ
ମୁରବି ଭଳି ଜଗି ବସିଲେ
କାମ ହୁଅଇ ବଢିଆ ।
ଦୁନିଆ ସାରା ଦେବତା ଯେତେ
ଗଢ଼ା ପଥର ଧାତୁରେ
ହେଲେ ମୋ ଜଗା ହୋଇଛି ଗଢ଼ା
ନିମ ଗଛର କାଠରେ ।
ଚେତାଇ କହେ ଶୁଣ ରେ ଶୁଣ
ଗଛ ଆମର ଦେବତା
ଯତନ ନିଅ ନକାଟ ଗଛ
ଦିଅଇ ଏଇ ବାରତା ।
ମଣିଷ ଆଗୁ ଗଛ ଜନମ
କଥା ଟି ଅଟଇ ସତ
ଗଛ ର ଲାଗି ରହିଚି ଜୀଇଁ
ଧରା ରେ ଜୀବ ଜଗତ ।
ଆସ ସଭିଏ ଗଛ ଲଗାଇ
ଜଗା ର କଥା ରଖିବା
ଗଛ ହସିଲେ ଧରା ହସିବ
ଆମେ ବି ସବୁ ହସିବା ।
ପରିବେଶ କୁ ସୁସ୍ଥ ରଖିବା
ଗଛ ଯତନ କରିବା
ତାହେଲେ ଯାଇ ଜଗତ ନାଥ
ଆଶିଷ ପାଇ ପାରିବା ।


ପୁରୀ

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion