ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଫେବୃଆରୀ:୨୦୨୫ , ଦ୍ଵିତୀୟ ବର୍ଷ : ଦ୍ଵିତୀୟ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ସପନ ନିତି ଆସଇ ଝରି

ଲେଖା : ଅନନ୍ତ କୁମାର ସେନାପତି

ଗୁଲୁ ଗୁଲିଆ କଅଁଳ ଓଠ ଥିରି ଥିରି ମୋ ଚାଲି,
ଆଖି ରେ ଭରା କେତେ ସପନ ନିତି ଆସଇ ଝରି ।

ଯାଉଛି ଛୁଇଁ ଧୀର ପବନ ଟିକି ଦେହରେ ଆସି,
ଯାଉଛି ନଇଁ ନୀଳ ଗଗନ ମାଟି କୁ ହସି ହସି ।

ଫୁଟୁଛି ଫୁଲ ଅମୁଲ ମୁଲ ପାଖୁଡା ତା `ର ଖୋଲି,
ଡାକୁଛି ସଦା ଯିବାକୁ ପାଶେ ଶରଧା ଅଛି ବୋଲି ।

ଯାଉଛି ଉଡ଼ି ଟିକି ଚଢେଇ ଟିକି ଡେଣା ଟି ଝାଡ଼ି,
ମୋ ପରି ତା `ର କୁନି ପିଲାଟେ କାନ୍ଦଇ ଗଡି ଗଡି ।

କହେ ବୁଝାଇ ଭାଇ ତାହାର ଅଝଟ କିଆଁ କର,
ଫେରିଲେ ମାଆ ହସ ଖୁସିରେ ଭରି ଯିବ ଏ ଘର ।

ଏକଥା ଦେଖି ପଡଇ ମନେ କାନ୍ଦଇ କଇଁ କଇଁ
ଯେଉଁଠି ଥିଲେ ଧନ ଲୋ କହି ମାଆ ଆସନ୍ତି ଧାଇଁ ।

ଗଛ ପତର ସବୁଜ ଡାଳ ଆଖିରେ ଯାଏ ଲାଖି,
ତାଙ୍କରି ଠାରୁ ମହତ ଗୁଣ ନିତି ପାରଇ ଶିଖି ।

ବହୁ ଜିନିଷ ହୋଇଛି ଗଢ଼ା ପାରୁ ନାହିଁ ମୁଁ କଳି,
କୃମି ଠୁଁ କୀଟ ହିତ ଅହିତ ସବୁରହିଛି ଭରି ।

ତାଙ୍କରି ଠାରୁ ଶିଖିବି ସଦା ନୂଆ ଜ୍ଞାନ ର ଧାରା
ଭଲ ପଥରେ ହୋଇବି ଗୁଣୀ
ସଜାଇ ଦେବି ସୁବାସ ଆଣି
ମହକି ଯିବ ସାରା ।

ବାଣ୍ଠୁପଡା, ରାଜଗାଙ୍ଗପୁର, ସୁନ୍ଦରଗଡ଼

ଲେଖା ସମ୍ପର୍କୀୟ ମତାମତ

ନିରଞ୍ଜନ ପତି

28-02-2025 / 13:08:21

ଭଲ କବିତା । ପଲ୍ଲୀ ଓ ପ୍ରକୃତି ମନସ୍କ ବର୍ଣ୍ଣନା । ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରୁଛି ଭାଇ । ନମସ୍ତେ । ଜୟ ଜଗନ୍ନାଥ ।

Laxmi Priya Dash

06-02-2025 / 13:12:59

ଖୁବ୍ ସୁନ୍ଦର, ଶିଶୁ ମନଛୁଆଁ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion