ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜାନୁୟାରୀ:୨୦୨୫ , ଦ୍ଵିତୀୟ ବର୍ଷ : ପ୍ରଥମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ନୂଆ ବରଷ ଆସ

ଲେଖା : ବୀରେନ୍ଦ୍ର ମହାନ୍ତି

ନୂଆ ବରଷ ହୋଇ ହରଷ
ଆସୁଛ ଯଦି ଆସ,
ଦୁଃଖ, ଯାତନା ମନରୁଫେଡି
ଓଠରେ ଭର ହସ।
ଶାନ୍ତି, ଅହିଂସା ପ୍ରଚାର କରି
ଦୂରେଇ ଦିଅ ଯୁଦ୍ଧ,
ଦୟା, କ୍ଷମାର ରାଜୁତି ହେଉ
ହିଂସା ର ହେଉ ବଦ୍ଧ।
ଉଚ୍ଚ ନୀଚର ଭେଦ ଭାବନା
ନ ରହୁ କାର ମନେ
ଶାନ୍ତି, ମୈତ୍ରୀ, ପ୍ରିତି ର ଗୀତ
ଶୁଭୁ ସବୁରି କାନେ।
ଭାଷା, ସାହିତ୍ୟ, ସଂଗୀତ, ନ୍ରୁତ୍ୟ
କଳା, ସ୍ଥାପତ୍ୟ, ଚିତ୍ର
ସମତା ମନ୍ତ୍ର ବାରତା ଦେଉ
ଖୋଲି ମମତା ନେତ୍ର।
ସାରା ସଂସାର " ଗୋଟିଏ ଘର"
ନୂଆ ଭାବନା ହେଉ
ଜୀବ ଜଗତ ସୁଖ ଶାନ୍ତି ରେ
ଜୀଇବା କଥା ଜୀଉ।

ନୀଳଚକ୍ର ନଗର, ଅଠରନଳା
ପୁରୀ-୨ ୮୯୧୭୪୬୦୦୪୮

ଲେଖା ସମ୍ପର୍କୀୟ ମତାମତ

ବିଜୟ କୁମାର ଛାଟୋଇ

02-01-2025 / 19:36:53

ଅତିସୁନ୍ଦର

ଜୟକୃଷ୍ଣ ସାହୁ

02-01-2025 / 12:34:27

କଵିତାଟି ଭଲ ହୋଇଛି। ମନକୁ ଛୁଇଁଲା। ଧନ୍ୟବାଦ।

ହଂସନାଥ ମୁଦୁଲି

01-01-2025 / 23:42:01

ଖୁବ୍ ସରଳ, ସୁନ୍ଦର ଏବଂ ଉପଯୋଗୀ କବିତା। ଅଭିନନ୍ଦନ।

ବୀରେନ୍ଦ୍ର ମହାନ୍ତି

01-01-2025 / 20:29:08

ସୁନା ମଣି ଭାଇଙ୍କ ମତାମତକୁ ସମ୍ମାନ ଜଣାଉଛି। ଏଠାରେ ବଦ୍ଧ ର ଅର୍ଥ ବନ୍ଦ ବୋଲି କୁହାଯାଇଛି। ଅନ୍ୟ ଦୁଇଟି ଟାଇପ୍ ଭୁଲ୍।

ଡକ୍ଟର ସୁନାମଣି ରାଉତ

01-01-2025 / 16:41:48

କବିତାଟି ପଢି ଖୁସି ହେଲି। ଶୀକ୍ଷଣୀୟ ହୋଇଛି। ମାତ୍ର କେତୋଟି ବନାନଗତ ତ୍ରୁଟି ରହିଛି ।ଯଥା: ବଦ୍ଧ=ଵଧ ,ନ୍ରୁତ୍ୟ =ନୃତ୍ୟ, ଜୀଉ=ଜୀଉଁ ହେବ । ତଥାପି କବି ବୀରେନ୍ଦ୍ର ମହାନ୍ତିଙ୍କୁ ଧନ୍ୟବାଦ ଓ ଶୁଭେଚ୍ଛା।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion