ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମାର୍ଚ୍ଚ:୨୦୨୫ , ଦ୍ଵିତୀୟ ବର୍ଷ : ତୃତୀୟ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଆମ ଘରେ କ୍ୟାଲେଣ୍ଡର

ଲେଖା : ଜୟକୃଷ୍ଣ ସାହୁ

କାଗଜ ତିଆରି କ୍ୟାଲେଣ୍ଡର ଟିଏ
ଝୁଲୁଥାଏ ଆମ ଘରେ
ଯେମିତି ହେଲେ ବି ଆଖି ପଡ଼ିଯାଏ
ସକାଳୁ ସକାଳୁ ଥରେ
ତା` ମୁହଁକୁ ଦେଲେ ଦେଖି,
ତାରିଖ ଓ ଵାର ପରଵପର୍ବାଣୀ
ଠାରେ ଆଖି ଯାଏ ଲାଖି।
ଫରଦ ଫରଦ ଛାପା ଅକ୍ଷରରେ
ମିଟି ମିଟି କରୁଥାଇ
ଜାନୁଆରୀ ଠାରୁ ଡିସେମ୍ବର ଯାଏ
ତାରିଖ ସୂଚାଏ ସେଇ
ଭାରି ସ୍ଵାଭିମାନୀ ଟିଏ,
ଥରେ ଯାହା ସିଏ ଦେଇଛି ସୂଚନା
ସେଥିରେ ଅଟଳ ଥାଏ।
ରାଶି ନକ୍ଷେତ୍ରର ଫଳାଫଳ ଜେଜେ
ଖୋଜନ୍ତି ତହିଁରୁ ବସି
ଯୋଉଦିନ ଭାଗ୍ୟେ ଭଲ ଫଳ ଥାଏ
କୁରୁଳି ହୁଅନ୍ତି ଖୁସି
ମନ୍ଦ ଫଳ ଦିଏ ଦୁଃଖ,
ଦୁଃଖର ସୁଖର ସାଥୀ ଟିଏ ସିଏ
ଝୁଲୁଥାଏ ହୋଇ ମୁକ।
ଥରେ ସେ ବଦଳି ଯାଏ,
ଜାନୁଆରୀ ପହିଲାରେ ଆଉ ଏକ
ନୂଆ ଆସି ଶୋଭା ପାଏ।

କପିଳ ପ୍ରସାଦ, ଭୁବନେଶ୍ୱର-୨
ମୋ-୯୯୩୭୦୯୨୩୯୭.

ଲେଖା ସମ୍ପର୍କୀୟ ମତାମତ

ଜୟକୃଷ୍ଣ ସାହୁ

10-03-2025 / 19:55:40

ଲକ୍ଷ୍ମୀକାନ୍ତ! ବହୁତ ବହୁତ ଧନ୍ୟବାଦ।

ଲଷ୍ମୀ କାନ୍ତ ଖୁଣ୍ଟିଆ

01-03-2025 / 11:41:31

ବହୁତ ଭଲ ଲାଗିଲା ଜୟୀ ଭାଇଙ୍କ କବିତା

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion