ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମାର୍ଚ୍ଚ:୨୦୨୫ , ଦ୍ଵିତୀୟ ବର୍ଷ : ତୃତୀୟ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ହୋଲି ଖେଳ ଭାରି ବଢ଼ିଆ

ଲେଖା : ଶ୍ରୀ କୁଞ୍ଜବିହାରୀ ସାହୁ

ମୁନି ଡାକିଦେଲା ଆ` ଲୋ କୁନି
ରଙ୍ଗ ବୋଳାବୋଳି ହୋଇବା,
ହୋଲି ଖେଳି ଖେଳି ସରିଲେ ବେଳ
ଘରେ ଦୁହେଁ ଆମେ ଖାଇବା ।

କୁନି କହିଦେଲା ହଁ ଲୋ ମୁନି
ହୋଲିଖେଳ ଭାରି ବଢ଼ିଆ,
ହୋଲି ଖେଳିବାକୁ ଚାଆଲେ ଯିବା
ଘର ପାଖ ଘାସ ପଡ଼ିଆ ।

ମୁନି କୁନି ଦିହେଁ ହୋଇଲେ ସାଥୀ
ମଜା ମଉଜରେ ଖେଳିଲେ,
ନାଲି, ନେଳି, ଧଳା, ଶାଗୁଆ ରଙ୍ଗ
ଦେହସାରା ଦୁହେଁ ବୋଳିଲେ ।

ରୁନୁ, ମୁନୁ, ଝୁନୁ, ଟୁକୁନା, ଟୁନା
ସାଙ୍ଗମାନେ ଆସି ମିଶିଲେ,
ହସି ହସି ରଙ୍ଗ ହୋଇଲେ ବୋଳି
ଜୋକର ପରିକା ଦିଶିଲେ ।

ହସି ଖେଳି ଖେଳି ନାଚିଲେ ଥେଇ
ଯେଝା ଘର ଯିଏ ଫେରିଲେ,
ଘରେ ଖାଇ ପିଇ କରିଲେ ମଜା
ହୋଲିଖେଳଟିକୁ ଝୁରିଲେ ।



ଭୁବନେଶ୍ବର
୭୦୦୮୧ ୪୨୦୪୦

ଲେଖା ସମ୍ପର୍କୀୟ ମତାମତ

ଜୟକୃଷ୍ଣ ସାହୁ

10-03-2025 / 19:53:53

ହୋଲି ଖେଳର ଅନୁଭୂତି ସୁନ୍ଦର ଭାବେ ବଖାଣି ଛନ୍ତି। ଭଲଲାଗିଲା।

ଲଷ୍ମୀ କାନ୍ତ ଖୁଣ୍ଟିଆ

01-03-2025 / 12:03:06

କୁଞ୍ଜଭାଇ ଆମକୁ ତାଙ୍କ କବିତା ମାଧ୍ୟମରେ ଆଗତୁରା ହୋଲି ଖେଳାଇ ଥିବାରୁ ଅଭିନନ୍ଦନ ସମସ୍ତ ସଧକସାଧିକାଙ୍କୁ ମୋର ହୋଲିର ଅଗ୍ରିମ ଶୁଭେଚ୍ଛା ଓ ଅଭିନନ୍ଦନ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion