ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମାର୍ଚ୍ଚ:୨୦୨୫ , ଦ୍ଵିତୀୟ ବର୍ଷ : ତୃତୀୟ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ବସନ୍ତ

ଲେଖା : ବୃନ୍ଦାବନ କୁମ୍ଭାର

ଋତୁରାଜ ବସନ୍ତ ଆସ ଇ ଯେବେ।
ପୁରୁଣା ପତର ଝଡି
ପାଦପ ଯେତେକ ପଲ୍ଲବିତ ହୋଇ
ଧରାପୃଷ୍ଠେ ଆସେ ମାଡ଼ି।
ଆମ୍ବଡାଳେ କୋଇଲିର କୁହୁ କୁହୁ
ମନ କିଣି ନିଏ ଗୀତ
ଲୋହିତ ରଙ୍ଗରେ ପଳଶା ଫୁଲ ଟି
ନିରେଖିଲେ ହୁଏ ଶାନ୍ତ।
ମହୁଲ ଫୁଲଟି ପଡୁଥିଲେ ଦେଖ
ରାତିର ଶେଷ ପ୍ରହରେ
ନର ନାରୀ ଯେତେ ବିଲ ବନେସର୍ବେ
ବ୍ୟସ୍ଥତା ଗୋଟେଇ ବାରେ।
କାନନଟି ନାନା ଜାତି ଫୁଲ ଫଳେ
ମହକାଉ ଥାଏ କେତେ
ସେ ସବୁର ଶୋଭା ପଟାନ୍ତର ନାହିଁ
ନନ୍ଦନ କାନନ ମର୍ତ୍ତେ।
ସବୁଜ ସୁଷମା ବନଲତା ଭୂଇଁ
ଦେଖିଲେ ମନ ବିଭୋର
କାମଧେନୁ ଧରା ,ପାଳ ଇ ସବୁକୁ
ଲେଖି ବସେ କବି ତାର।

ଚାଣ୍ଟିପଲା, ଟିଟିଲାଗଡ଼

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion