ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମାର୍ଚ୍ଚ:୨୦୨୫ , ଦ୍ଵିତୀୟ ବର୍ଷ : ତୃତୀୟ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଦେଖରେ ଦେଖ

ଲେଖା : ବୀରେନ୍ଦ୍ର ମହାନ୍ତି

ଦେଖରେ ଦେଖ
ଅଣ୍ଡାରୁ ବାହାରି ଲାଞକୁ ହଲାଇ
ପାଣିରେ ଖେଳୁଛି
ଫଅକ ଫକ।
ଲାଞ ଥିବା ଯାଏ
ପାଣିରେ ଥାଏ
ପାଣିରେ ଶୁଏ
ଲାଞ କଟିଗଲେ
ଉପରକୁ ଉଠି
ମାଟିରେ ଡିଏଁ
କହିଲ କିଏ?

ଘଡଘଡି ସାଥେ ଚଡଚଡିରେ
ବରଷା ବତାସି ବେଳେ
ଚିକିମିକି ହୋଇ ହସୁରେ ଆମେ
ରହିଥାଉ ସାଥି ମେଳେ।
ଡାଳ ନାହିଁ ଆମ ପତର ନାହିଁ
ମୁଣ୍ଡ ରେ ଫଟାଉ ମାଟି
ଉଇ ହୁଙ୍କା ଆଉ ପାଳ ଗଦାରେ
ଫୁଟି ଥାଉ ଜାତି ଜାତି।
ଆଜିକ ପାଇଁ କି ଫୁଟୁରେ ଆମେ
ମଉଳି ପଡିବୁ କାଲି
ଅଳସୁଆ ପଣେ ଆଜିର କାମକୁ
ନଦିଅ କାଲିକି ଟାଳି।

ନୀଳଚକ୍ର ନଗର, ଅଠରନଳା ପୁରୀ-୨ ୮୯୧୭୪୬୦୦୪୮

ଲେଖା ସମ୍ପର୍କୀୟ ମତାମତ

ଅନନ୍ତ କୁମାର ସେନାପତି

13-03-2025 / 20:46:23

କବିତା ଟି ସୁନ୍ଦର ହୋଇଛି

Dhsnanjaya swain

03-03-2025 / 16:46:15

ଅତି ସୁନ୍ଦର

ପ୍ରଶାନ୍ତ କୁମାର ଦାଶ

01-03-2025 / 20:25:24

ଅତି ଚମତ୍କାର କବିତା ଧନ୍ୟବାଦ୍ ଲେଖକ ମହାଶୟ

ଲଷ୍ମୀ କାନ୍ତ ଖୁଣ୍ଟିଆ

01-03-2025 / 11:55:47

ଦୁଇଟି ଭିନ୍ନ ସ୍ୱାଦର ପିଲାଙ୍କ କବିତା ନୂଆ ବାର୍ତ୍ତା ଦେଉଛି. ଅଭିନନ୍ଦନ ଭାଇ

କୀର୍ତ୍ତନ ସାହୁ

01-03-2025 / 10:55:25

ଭଲ ହେଇଛି ପିଲାଙ୍କ ପାଇଁ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion