ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମାର୍ଚ୍ଚ:୨୦୨୫ , ଦ୍ଵିତୀୟ ବର୍ଷ : ତୃତୀୟ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଫୁଲ ଓ ପତର

ଲେଖା : ପ୍ରଭାତ ନଳିନୀ ସାହୁ

ପତର କହିଲା -ଫୁଲ ଲୋ
ରୂପ ତୋ ଅମୂଲମୂଲ ଲୋ
ଦୁଇ ଦିନପାଇଁ ଜନମ ତୋହର
ଏ ଜୀବନ କିବା ଭଲ ଲୋ?
ସୁନ୍ଦର ନୁହେଁ ମୁଁ ତୋ` ପରି
ଯାଏନା ସଅଳ ଶୁଖି ଝରି
ତୋ`ଠାରୁ ଅଧିକ ଜୀବନ ଜୀଉଁଛି
ତୁହି କେବେ ନୁହେଁ ମୋ` ସରି।
ଫୁଲ କହିଲା- ରେ ପତ୍ର ଭାଇ,
କାହିଁକି କରୁଛୁ ଏତେ ବଡେଇ?

ଦେବତାଙ୍କ ଶିରେ ଲାଗୁଥାଏ ସଦା
ଜନ୍ମଦିନେ ଖୋଜା ପଡେ ମୁହିଁ।
ବ୍ରତ,ବାହାଘର,ଗାଡି ସଜା
ଶବାଧାରେ ପୁଣି ଯେତେ ପୂଜା
ପୂନିଅଁ ପରବ ସକଳ କାମରେ
ପଡୁଥାଏ ପରା ମୋତେ ଖୋଜା।
ରୂପର ବଡିମା ଜାଣେନା
କାମ ଛୋଟ ବଡ ଭାବେନା
ଯେତେ ଦିନପାଇଁ ଜନମିଛି ମୁହିଁ
ସେବା କରିବା ମୋ କାମନା।
ବୁଝିଗଲା ଏବେ ପତର
ଆଖି ଖୋଲିଗଲା ତାହାର
ଜାଣିଲା ଜୀବନେ ଉପକାର କଲେ
ମରି ମଧ୍ୟ ହୁଏ ଅମର।


ଆର୍,ପି,--୬୭,ପାଣ୍ଡବ ନଗର
ଟଙ୍କପାଣି ରୋଡ୍,ବଡଗଡ ବ୍ରିଟ୍ କଲୋନୀ
ଭୁବନେଶ୍ବର ୧୮

ଲେଖା ସମ୍ପର୍କୀୟ ମତାମତ

ଅନନ୍ତ କୁମାର ସେନାପତି

13-03-2025 / 20:44:11

Madam ଙ୍କ ର ଲେଖାଟି ମନକୁ ଛୁଇଁଗଲା

9938802412

02-03-2025 / 17:12:08

ମନଛୁଆ ଓ ଶିକ୍ଷଣୀୟ , ପତର ଓ ଫୁଲ ର ମଧ୍ୟରେ ଏକ ସୁନ୍ଦର ଦର୍ଶନ ରହିଛି , କବିଙ୍କୁ ଅଶେଷ ଧନ୍ୟବାଦ,

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion