ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମାର୍ଚ୍ଚ:୨୦୨୫ , ଦ୍ଵିତୀୟ ବର୍ଷ : ତୃତୀୟ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ପଳା ରେ ଶୀତ ପଳା

ଲେଖା : ଧନଞ୍ଜୟ ସ୍ୱାଇଁ

ପଳାରେ ଶୀତ ପଳା
ଗୀତ ଗାଇଲା ଭୋଳା
ଶୀତ ଲୁଗା ମୋ ରଖି ଦେବାକୁ
ବୋଉ ଦେଲାଣି ଖରା
ପଳା ରେ......(୦)
ଟାଣ ହୋଇନି ଖରା
ଭାସୁନି ମେଘ ଭେଳା
ଫସଲ ଆମ ଅମଳ ହେବ
ଲିପା ହେଲାଣି ଖଳା
ପଳା ରେ...(୧)
ଗାଁ ମନ୍ଦିର ବେଢ଼ା
ହେଲାଣି ରଂଗ ମରା
ଆଗକୁ ଏବେ ଆସୁଛି ଆମ
ଗାଁ ଜାଗର ମେଳା
ପଳା ରେ ଶୀତ..(୨)
କଷି ବଉଳ ଧରି
ପବନ ବାସେ ଭାରି
କୋଇଲି କୁହୁ ଗୀତର ମହୁ
ଫଗୁଣ କହି ଗଲା
ପଳା ରେ ଶୀତ..(୩)
ମନ ଲୋଡ଼ିଲା ଲସି
ପଙ୍ଖା ପବନ ଏସି
ତବତ ଭାତ ଗରମ ଚା
ତୁଣ୍ଡକୁ ନ ରୁଚିଲା
ପଳା ରେ ଶୀତ..(୪)
ପବନେ ହଲି ହଲି
ଫୁଲ ଖେଳିଲା ଦୋଳି
ତା ଦେଖି କୁନି ପରଜାପତି
ଗୀତଟେ ଗାଇଦେଲା
ପଳା ରେ ଶୀତ (୫)
ମୁଣ୍ଡେ ଗାମୁଛା ବାନ୍ଧି
କଳା ଚଷମା ପିନ୍ଧି
ଛତା ଓ ପାଣି ବୋତଲ ଥିଲେ
ଡରାଇବନି ଖରା
ପଳା ରେ ଶୀତ..(୬)।।

ମୋ – ୯୪୩୭୦୦୦୬୩୬

ଲେଖା ସମ୍ପର୍କୀୟ ମତାମତ

sanjuktaparichha1@gmail.com

07-03-2025 / 10:53:40

ଲେଖା ଟି ଭଲ ଲାଗିଲା ।

Dhananjaya swain

02-03-2025 / 09:20:38

Thanks friends

ପ୍ରଶାନ୍ତ କୁମାର ଦାଶ

01-03-2025 / 20:23:42

କବିତାଟି ଭଲ ଲାଗିଲା କବି ମହାଶୟଙ୍କୁ ଅଶେଷ ଧନ୍ୟବାଦ ସହ ନମସ୍କାର ଜଣାଉଛି

ଲଷ୍ମୀ କାନ୍ତ ଖୁଣ୍ଟିଆ

01-03-2025 / 11:53:11

ଧନଞ୍ଜୟ ସ୍ୱାଇଁ ଙ୍କ ଏଇ କବିତା ଟି ନୂଆ ସ୍ୱାଦ ର ହୋଇଛି. ତାଙ୍କୁ ମୋର ଅଭିନନ୍ଦନ

କୀର୍ତ୍ତନ ସାହୁ

01-03-2025 / 10:48:33

ଭଲ ଲାଗୁଛି ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion