ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମାର୍ଚ୍ଚ:୨୦୨୫ , ଦ୍ଵିତୀୟ ବର୍ଷ : ତୃତୀୟ ସଂଖ୍ୟା ରେ ପ୍ରକାଶିତ )

centered image
 
ଗପ

ସ୍ନିଗ୍ଧାର ବିଧା

ଲେଖା : ଶୁଭନାରାୟଣ ଶତପଥୀ

କୁନି ଝିଅଟିଏ । ନାଁ ତାର ସ୍ନିଗ୍ଧାରାଣୀ । ଘରେ ସମସ୍ତେ ତାକୁ ସ୍ନିଗ୍ଧା ବୋଲି ଡାକନ୍ତି । ମାମାପାପାଙ୍କ ସହ ଏକ ସହରରେ ରହୁଥାଏ । ସେ ଭଲ ପଢେ ସତ କିନ୍ତୁ ପ୍ରକୃତି , ଗାଁ ପରିବେ ବିଷୟରେ କିଛି ଜାଣିନଥାଏ । ପିଲାବେଳୁ ସେ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢେ । ତାର ଇଂରାଜୀରେ ଭଲ ହୁଏ । ଓଡିଆ ବିଷୟରେ ତାର ଆଗ୍ରହ ନାହିଁ । ଘରେ ତାର ମାମାପାପା ବି ଇଂରାଜୀରେ କାଥାବାର୍ତା ହୁଅନ୍ତି । ଆଉ ବିଦ୍ୟାଳୟକୁ ଗଲେ ସେଠାରେ ମଧ୍ୟ ସମସ୍ତେ ଇଂରାଜୀରେ କଥାବାର୍ତା ହୁଅନ୍ତି । ଗାଁ ଓ ଓଡିଆଠାରୁ ସବୁବେଳେ ଦୂରରେ ରହି ସ୍ନିଗ୍ଧା ଓଡିଆର ଭାଷାଗତ କଥୋପକଥନ ପ୍ରାୟତଃ ଭୁଲିଯାଇଛି । ସହରରେ ପିଲା ଓ ପଡୋଶୀମାନଙ୍କ ସହ ମିଶିବାର ସୁଯୋଗ ନାହିଁ । ଥରେ ସ୍ନିଗ୍ଧାର ଜେଜେମାଆ ଗାଁରୁ ଆସିଥାନ୍ତି । ତା ପାଇଁ କେତେକଣ ସବୁ କୋଳି, ଫଳ ଗାଁରୁ ଆଣିଥାଆନ୍ତି । ସ୍ନିଗ୍ଧା ସେସବୁ କେବେ ଦେଖିନି । ସେଗୁଡିକ ଖାଇ ଭାରି ଖୁସି ହେଲା ।
ଜେଜେମାଆ ତା ପାଖରେ ରହିବାବେଳେ ଥରେ ସ୍ନିଗ୍ଧା ଭାରି ଫୁଲେଇ ହୋଇ ପଚାରିଲା, ହ୍ୱାଟିଜ ଇୟୋର ଫାଦରର୍ସ ନେମ୍ ? ବିଚରା ଜେଜେମାଆ ଅବାକାବା ହୋଇ ଚାହିଁ ରହିଥାନ୍ତି । ପୁଣି ପଚାରିଲା ହ୍ୱେୟାର ଇଜ ଇୟୋର ସ୍ପେକ୍ଟାକଲସ୍ ? ଜେଜେମାଆ କହୁଥାନ୍ତି ଆଲୋ ନାତୁଣୀ କେତେ ଫୁଲେଇ ହଉଛୁ । କାଇଁ ଓଡିଆରେ କହୁନୁ । ସ୍ନିଗ୍ଧା ହସିଲା । ଇତିମଧ୍ୟରେ ଭିତରେ ସ୍ନିଗ୍ଧାର ଜନ୍ମଦିନ ଆସିଲା । ଖୁବଧୁମଧାମରେ ଘରେ ପାଳିତ ହେଲା ତାର ଜନ୍ମଦିନ । ନାତୁଣୀ ଜନ୍ମଦିନରେ ଜେଜେମାଆ ଭାରି ଖୁସିରେ ଧାଇଁଧାଇଁ ସବୁ କାମ କରିପକାଉଥାନ୍ତି । ସ୍ନିଗ୍ଧାର ମାଆ କହୁଥାନ୍ତି ବୋଉ ଏ ବୟସରେ ଏତେ କାମ କରନ୍ତୁନି । କିନ୍ତୁ ଜେଜେମାଆ କିଛି ଶୁଣୁନଥାନ୍ତି । ଦିନସାରା ବନ୍ଧୁବାନ୍ଧବ ସାଙ୍ଗସାଥୀ ଚର୍ଚ୍ଚା କରି ଜେଜେମାଆ ହାଲିଆ । ତାଙ୍କର ଗୋଡହାତ ବିନ୍ଧାବିନ୍ଧି ହେଲାଣି । ଏହି ସମୟରେ ଜେଜେମାଆ ପାଖକୁ ସ୍ନିଗ୍ଧା ଆସିଲା । ଏବେ ଖଣ୍ଡି ଓଡିଆରେ କହିଲା ଜେଜେମାଆ କଣ ହେଲା ? ଜେଜେମାଆ କହିଲେ ଆଲୋ ଝିଅ ମୋ ଗୋଡ ଭାରି ବିନ୍ଧୁଛି । ତୁ ତ ଛୋଟ ପିଲାଟିଏ ମୋ ଗୋଡକୁ ମୋଡି ପାରିବୁନି । ଏଣୁ ପାରିବୁ ଯଦି ମୋ ଗୋଡକୁ ଟିକେ ବିଧା ମାର । ସ୍ନିଗ୍ଧା ପଚାରିଲା ବିଧା! ସେ କଣ ? ଜେଜେମାଆ କହିଲେ ପ୍ରଥମେ ତୋ ହାତକୁ ମୁଠା କର । ସ୍ନିଗ୍ଧା ପୁଣି ପଚାରିଲା ଜେଜେମାଆ ମୁଠା କଣ ? ଜେଜେମାଆ ସ୍ନିଗ୍ଧାର ହାତକୁ ନେଇ ମୁଠା କରିବା ଓ ବିଧାମାରିବା ଶିଖାଇଦେଲେ । ଜେଜେମାଆଙ୍କର ଗୋଡ, ପିଠି, ଅଂଟାକୁ ବିଧାମାରିବାକୁ ଲାଗିଲା ସ୍ନିଗ୍ଧା । ଜେଜେମାଆ ସ୍ନିଗ୍ଧାକୁ ପାଖକୁ ଡାକି କାନରେ କହିଲେ ବୁଝିଲୁ ଝିଅ, ତୋତେ ଯିଏ ଖରାପବ୍ୟବହାର କରିବ ତାକୁ ଏମିତି ବିଧା ଜୋରରେ ମାରିବୁ । ହସିହସି ସ୍ନିଗ୍ଧା କହିଲା ବୁଝିଲ ଜେଜେମାଆ, ଗତକାଲି ଗୋଟିଏ ପିଲା ମୋତେ ଖରାପ ବ୍ୟବହାର କଲା । ସେ ପିଲାକୁ ମୁଁ ବହୁତ ବୁଝାଇଲି, ମୋ କଥା ନଶୁଣିବାରୁ ମୁଁ ତାକୁ ତିନିବିଧା ମାରିଛି । ସେ ଲାଜରେ ସେଠାରୁ ଚାଲିଗଲା । ମୋତେ ସ୍ଥାନୀୟ ଲୋକେ ସମର୍ଥନ କଲେ ।
ଜେଜେମାଆ କହିଲେ ତୁ ବିଧା କଣ ଜାଣିପାରୁନାହୁଁ । ନିଜ ସୁରକ୍ଷା ଓ ସୁବିଧା ପାଇଁ ଏହାର ଉପଯୋଗ କରିବୁ କେମିତି ? ସେ କହିଲେ ଓଡିଆ ହେଉଛି ଆମର ମାତୃଭାଷା । ମାତୃଭାଷା ବିଷୟରେ ନଜାଣିଲେ ଅନେକ ସ୍ଥାନରେ ଅପମାନିତ ହେବାକୁ ପଡେ । ସ୍ନିଗ୍ଧା କହୁଥିଲା ଯେ ତୁମ ସହିତ କଥାବାର୍ତା ହେଲାବେଳେ ଅନେକ ଶବ୍ଦର ଅର୍ଥ ମୁଁ ବୁଝିପାରୁନାହିଁ । ଜଜେମାଆ କହିଲେ ଏଥର ତୁ ମୋ ସହ ଖରାଛୁଟିରେ ଗାଁକୁ ଚାଲ । ସେଠି ବୁଲିବା ବି ହେବ । ଆଉ ଓଡିଆ ଶିଖିବା ବି ହେବ । ମାମାପାପ।।ଙ୍କୁ କହି ଜେଜେମାଆ ସହିତ ସ୍ନିଗ୍ଧା ଗଲା ତାଙ୍କ ଗାଁକୁ । ଗାଁର ପରିବେଶ, ବଣ, ପାହାଡ, ନଦୀ, ପୋଖରୀ, ଶାଗୁଆ ଧାନ କ୍ଷେତ ଦେଖି ଭାରି ଖୁସି ହେଲା ସ୍ନିିଗ୍ଧା । ଖରାଛୁଟି ରହଣୀ କାଳରେ ଗାଁରେ ଥିବା ପିଲାମାନଙ୍କ ସହିତ ମିଶିଲା, ଆମ୍ବ ତୋଟାରେ ବୁଲିଲା, ଯାନିଯାତ୍ରାରେ ଅଂଶଗ୍ରହଣ କଲା । ଗାଁରେ ଲୋକମାନେ ମିଳିମିିଶି ଚଳିବା କାମ କରିବା ସବୁ ଭଲଲାଗିଲା ତାକୁ । ସଞବେଳେ ଜେଜେମାଆ ପାଖରେ ଓଡିଆ ଖବରକାଗଜ ପଢିଲା । ଛୁଟି ସରିଲା ପରେ ସ୍ନିଗ୍ଧା ସହରକୁ ଫେରିଲା । ସତେବେଳକୁ ସେ ସୁନ୍ଦର ଭାବରେ ଓଡିଆ କହିପାରୁଥିଲା ଓ ପଢିପାରୁଥିଲା । ଘରେ ଓଡିଆରେ କଥା ହେବାକୁ ମାମାପାପାଙ୍କୁ କହିଲା । ତାହା ହିଁ ହେଲା । ସ୍ନିିଗ୍ଧା କହୁଥିଲା ସବୁ ଭାଷାଠାରୁ ମାତୃଭଷାର ଗୁୁରୁତ୍ୱ ଅଧିକ । ବିଦ୍ୟାଳୟରେ ଓ ନିଜର ଖରାଛୁଟି ଅଭିଜ୍ଞତା ବର୍ଣ୍ଣନା କଲା । ଖରାଛୁଟି ଗାଁରେ କାଟି ସେ ଅନେକ କିଛି ଶିଖିପାରିଲା ଓ ଉପଭୋଗ କରିପାରିଲା ବୋଲି କହିଲା । ଏକଥା ଶୁଣି ତାର ସଙ୍ଗମାନେ ଆସନ୍ତା ବର୍ଷ ଖରାଛୁଟିକୁ ଗାଁକୁ ଯିବେ ବୋଲି କହିଲେ । ସ୍ନିଗ୍ଧା ମାତୃଭୂମି ଓ ମାତୃଭାଷାର ମମତା ବଢାଇଥିବାରୁ ବିଦ୍ୟାଳୟରେ ସମସ୍ତେ ତାକୁ ପ୍ରଶଂସା କଲେ । ସ୍ନିଗ୍ଧା କହୁଥିଲା ଜେଜେମାଆଙ୍କୁ ଧନ୍ୟବାଦ ।

ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ- ୯୪୩୮୪୩୨୦୨୩

ଲେଖା ସମ୍ପର୍କୀୟ ମତାମତ

ଧ୍ରୁବ ଚରଣ ଘିବେଲା

07-03-2025 / 22:25:00

ସୁନ୍ଦର ଶିକ୍ଷଣୀୟ ଗପ ଭଲ ହୋଇଛି I ସୁଖପାଠ୍ୟ I

sanjuktaparichha1@gmail.com

07-03-2025 / 10:50:47

ଗପଟି ଯେମିତି ଭଲ ହୋଇଛି ସେମିତି ସୁନ୍ଦର ଶିକ୍ଷଣୀୟ ବାର୍ତ୍ତା ବି ଅଛି ।ହେଲେ ମୁଦ୍ରଣ ତ୍ରୁଟି ରହିଯାଇଛି । ଯେମିତି ପରିବେଶ ବଦଳରେ ପରିବେ, ଜେଜେମାଆ ଯାଗାରେ ଜଜେମାଆ ଇତ୍ୟାଦି ।

ଶୁଭନାରାୟଣ ଶତପଥୀ

04-03-2025 / 16:02:10

ଧନ୍ୟବାଦ ସାର୍

ଲଷ୍ମୀ କାନ୍ତ ଖୁଣ୍ଟିଆ

01-03-2025 / 11:48:36

ଶୁଭନାରାୟଣଙ୍କ ଗପଟି ଖୁବ ଭଲ ହୋଇଛି

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion