ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମାର୍ଚ୍ଚ:୨୦୨୫ , ଦ୍ଵିତୀୟ ବର୍ଷ : ତୃତୀୟ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ନାନାବାୟା ଗୀତ (ତାକ ଝୁଣଝୁଣ)

ଲେଖା : ଧୀରେନ ମିଶ୍ର

ତାକ ଝୁଣଝୁଣ ନାଚିବ ଆଈ
ନାଚ ଦେଖିବାକୁ କୁକୁନି ବାଇ
ସଅଳ ଖାଇଲା ରୁଟି ।
ଖାଇସାରି ମାମୁଁଘର ବାହାରିଲା
ମାଆ ସଜାଡିଲେ ଚୁଟି ।
ନାଇଁରେ ନାଇଁ,
କୁକୁନି ବାଇ
ନାଚ ଦେଖିବାକୁ ଯାଆନି ଧାଇଁ
ଭାଡିତଳେ ଅଛି ଭୁଆ ।
ହାତ ଭିଡିବ, କାନ ମୋଡିବ
ଦେଖିଲେ ଛୋଟ ଛୁଆ ।
ମୁରୁକି ହସା,
ଚୁଟିଆ ମୂଷା
ମୁଣ୍ଡରେ ମାରିବ ସଳଖ ଭୁଷା,
କିଏ ସମ୍ଭାଳିବ କହ ?
ବିଲେଇ ନାନୀ
ସଜେଇ କାନି
ଶୋଇଛି, ଟିକିଏ ରହ ।
ତାକୁ ଦେଖି ପଡ ଶୋଇ
ତେଲ ଜଡଜଡ ପାନିଆଁ ଦର୍ପଣ
କବାଟ କଣରେ ଥୋଇ ।

ଶୁଶୁଡା,ଅନୁଗୋଳ
ମୋ - 7978087891

ଲେଖା ସମ୍ପର୍କୀୟ ମତାମତ

ନିରଞ୍ଜନ ପତି

08-03-2025 / 11:12:42

ଭଲ ସୃଜନଶୀଳ ଶିଶୁ କିଶୋର ମନଲାଖି ନାନାବାୟା ଗୀତ । ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରୁଛି ଭାଇ । ଜୟ ଜଗନ୍ନାଥ ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion