ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମାର୍ଚ୍ଚ:୨୦୨୫ , ଦ୍ଵିତୀୟ ବର୍ଷ : ତୃତୀୟ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ବସନ୍ତ ରାଜା

ଲେଖା : ଲକ୍ଷ୍ମୀଧର ନାୟକ

ବସନ୍ତ ଆସିଲା ମହୁଲ ବାସିଲା
ଗଛରେ କଅଁଳ ପତର,
ଧରଣୀ ତ ହସେ ନାନା ଫୁଲ ବାସେ
ବୋଳିଅଛି ସତେ ଅତର ।

ଆମ୍ବ ବଉଳିଲା ଧରା ମହକିଲା
ଭାରି ଭଲ ଲାଗେ ମନଟା,
ରାତିରେ ଟିକିଏ ଶୀତ ଲାଗୁଥାଏ
ଗରମ ଲାଗଇ ଦିନଟା ।

ସୁଶୀତଳ ବାଆ କି ସୁନ୍ଦର ଆହା
ଦେହଟା ସତେଜ ଲାଗୁଚି,
ରଙ୍ଗବେରଙ୍ଗର ଫୁଲର ସମ୍ଭାର
ଫେରେନି ଆଖି ଯେ ଦେଖୁଚି ।

ହଳଦୀ ବସନ୍ତ ଗାଇ ମିଠା ଗୀତ
ଡାଳରୁ ଡାଳକୁ ବୁଲୁଛି,
ବାଡି ବଗିଚାରେ ପ୍ରଜାପତି ଧୀରେ
ଫୁଲ ପରେ ବସି ଝୁଲୁଛି ।

ପ୍ରାକୃତିକ ଶୋଭା ଭାରି ମନଲୋଭା
ବସନ୍ତ ପରି କେ ନୁହନ୍ତି,
ଛଅଋତୁ ମଧ୍ୟେ ବସନ୍ତ ଯେ ରାଜା
ସେଥିପାଇଁ ସର୍ବେ କୁହନ୍ତି ।



ବାଉଁଶିଆପଡା, ନୟାଗଡ଼
୮୨୭୦୩୭୨୪୯୮

ଲେଖା ସମ୍ପର୍କୀୟ ମତାମତ

ଅନନ୍ତ କୁମାର ସେନାପତି

13-03-2025 / 20:41:13

କବିତା ଟି ସୁନ୍ଦର ହୋଇଛି । ଶୁଭେଚ୍ଛା janauchhi

sanjuktaparichha1@gmail.com

07-03-2025 / 10:38:47

ବସନ୍ତ ଋତୁ ଉପରେ ସୁନ୍ଦର କବିତାଟିଏ ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion