ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମାର୍ଚ୍ଚ:୨୦୨୫ , ଦ୍ଵିତୀୟ ବର୍ଷ : ତୃତୀୟ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଚିଆଁରେ ଚିଆଁ

ଲେଖା : ପ୍ରଭାତ ଚନ୍ଦ୍ର ରଥ

ଚିଆଁରେ ଚିଆଁ
ପାଠ ପଢ଼ାବେଳେ
ବୁଲୁଚୁ କିଆଁ ?
ପରୀକ୍ଷା ଆସଇ ଧାଇଁ
ପଢିଗଲେ ସିନା
ତୋହରି କଲମ
ଚାଲିବରେ ସାଇଁ ସାଇଁ ।
ଚିଆଁରେ ଚିଆଁ
ପାଠ ପଢ଼ିସାରି
ମାରିଲେ ଡିଆଁ
ହେବୁରେ ଏମିତି ଖୁସି
କ୍ଷୀର ଟୋପେ ଦେଖି
ଖୁସି ହୋଇଯାଏ
ଯେମିତି ତୋ ପୋଷା ପୁଷି ।
ଚିଆଁରେ ଚିଆଁ
ତୁଚ୍ଛାରେ ହେବୁନି
କେବେ ଛାନିଆ
ଯେତେବେଳେ ଯେଉଁ କାମ
ସେତେବେଳେ ତାହା
ଯତନେ କରିଲେ
ବୁଦ୍ଧି ହେବ ନାହିଁ ବାମ ।

ଫୋନ୍ ନଂ 8763302507.

ଲେଖା ସମ୍ପର୍କୀୟ ମତାମତ

sanjuktaparichha1@gmail.com

07-03-2025 / 10:34:04

ପିଲାଙ୍କ ମନକୁ ପାଇଲା ପରି ବଢିଆ ଲେଖା ଟେ । ଶୁଭେଚ୍ଛା

ଜୟକୃଷ୍ଣ ସାହୁ

05-03-2025 / 10:38:24

କବିତାଟି ମନକୁ ଛୁଇଁଲା।

ଗୋପୀନାଥ ମିଶ୍ର

04-03-2025 / 12:38:36

ଅତି ସୁନ୍ଦର୍।ପିଲାମାନଙ୍କୁ ଆନନ୍ଦ ଦେବା ସହିତ ପଢ଼ାରେ ମନ ଦେବା ପାଇଁ ଉତ୍ସାହିତ କରିବ। ଲେଖନୀରୁ ଏମିତି ଉପାଦେୟ ଲେଖା ସଦା ସୃଷ୍ଟି ହେଉଥାଉ,ଏତିକି ବିଭୁଙ୍କ ନିକଟରେ ପ୍ରାର୍ଥନା।

ରାଧାମାଧବ ରଥ।

02-03-2025 / 22:27:35

ପିଲାମାନଙ୍କ ପାଇଁ ସୁନ୍ଦର କବିତାଟିଏ।

ପ୍ରଶାନ୍ତ କୁମାର ଦାଶ

01-03-2025 / 20:21:24

କବିତାଟି ଭଲ ଲାଗିଲା ବରେଣ୍ୟ ସ୍ରଷ୍ଟାଙ୍କୁ ସପ୍ରେମ ନମସ୍କାର ସହ ଶୁଭେଚ୍ଛା ଜଣାଉଛି

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion