ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଏପ୍ରିଲ:୨୦୨୫ , ଦ୍ଵିତୀୟ ବର୍ଷ : ଚତୁର୍ଥ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଫଳର ରାଜା

ଲେଖା : ପ୍ରଭାତ ନଳିନୀ ସାହୁ

ଭାରି ସୁଆଦିଆ ଫଳଟି ସିଏ
ଆମ୍ବ ତାହାର ନାଁଆ,
ଖାଉଥିଲେ ରସ ବୋହୁଥାଏ ଟି
ଯେତେ ଖାଇବ ଖାଆ।
ସୁନ୍ଦରୀ ଆମ୍ବ ଭାରି ସୁନ୍ଦର
ଲାଲ ଟୁକ୍ ଟୁକ୍ ଦେହ,
ରସଟି ତାର ଭାରି ମଧୁର
ପାଚିଲା ବାଛି ଖାଅ।
ବାଇଗଣପଲୀ ଅତି ଫୁଲେଇ
ସୁଆଦ ବାସ୍ନା ଭରା,
ହଳଦି ରଙ୍ଗ ଦେହରେ ମାଖି
କରେ କେତେ ଯାତରା।
ଫଜିଲ୍ ଆମ୍ବ ଫାଜିଲ୍ ବେଶୀ
ଦେହଟି ତା ସବୁଜ,
ଦେଖିଲେ ଥରେ ଖାଇବାପାଇଁ
ପାଟିଟି ଖଜବଜ।
ନାକେଇ ଆମ୍ବ ନାକଟି ଲମ୍ବା
ଦେହ ତା ଟିକେ ବଙ୍କା,
କଞ୍ଚା ଖାଅ କି ପାଚିଲା ଖାଅ
ଅସୁଲ ହୁଏ ଟଙ୍କା।
ନେଙ୍ଗଡା,ଚଉସା,ଦୋସରୀ ଆମ୍ବ
ସଭିଏଁ ଭାଇ ଭାଇ,
ଦେଶୀ ଆମ୍ବ ତ ମଧୁର ଖଟା
ଗରିବ ସଖା ସେଇ।
ସବୁ ଫଳର ରାଜା ବୋଲାଏ
ଖରା ଦିନରେ ଆସେ,
ଗଛରେ ପାଚି ବାଲିରେ ବସେ
ମହମହକି ବାସେ।

ଆର୍.ପି.୬୭ , ପାଣ୍ଡବ ନଗର
ଟଙ୍କପାଣି ରୋଡ୍, ବଡଗଡ ବ୍ରିଟ୍ କଲୋନୀ
ଭୁବନେଶ୍ବର-୧୮

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion