ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଏପ୍ରିଲ:୨୦୨୫ , ଦ୍ଵିତୀୟ ବର୍ଷ : ଚତୁର୍ଥ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଛାଇ

ଲେଖା : ଡକ୍ଟର ସଚ୍ଚିଦାନନ୍ଦ କର

ଛାଇ ଥାଏ ନାହଁ ସିନ୍ଦୁକ ଭିତରେ
ନୁହେଁ ସିଏ ଟଙ୍କା ସୁନା
ଯେତେ ଖୋଜିହେଲେ ତାହାକୁ ସେଠାରେ
ପାଇବନି କୁନି କୁନା ।।
ଘରଟି ତାହାର ନୁହେଁ ନଈପଠା
ସେଇଠି ନ ଥାଏ ସିଏ
ତାକୁ ଯାଇ ଯଦି ଖୋଜିବ ସେଇଠି
ପାଇବନି ତୁମେ କିଏ ।।
ନୁହେଁ ତା`ର ମିତ ପ୍ରଜାପତି ସିଏ
ନ ଥାଏ ସାଥିରେ ତା`ର
ପାଇବନି ତାକୁ ପଛେ ପଛେ ତୁମେ
ଯେତେ ଯିଏ ଧାଇଁପାର ।।
ପଢ଼ିବାକୁ ପାଠ ଆସେନାହିଁ ଚାଲି
ପାଠଶାଳାକୁ ସେ କେବେ
ପାଇବ କେମିତି ଖୋଜିଲେ ତାହାକୁ
ପିଲାଙ୍କ ଭିତରେ ତେବେ ।।
ଯାଏନି ସେ କେବେ ବୁଲିବା ପାଇଁକି
ମାମୁଘର ତା`ର ନାହିଁ
କିଏ ବତାଇବ ଠିକଣା ତାହାର
ଅଛ କି`ରେ ତୁମେ ଚାହିଁ ।।
ଖେଳିବାକୁ ହକି ଯାଏନି ସେ କେବେ
ନାହାନ୍ତି କେହି ତା` ସାଙ୍ଗ
ଖେଳପଡ଼ିଆରେ କାହିଁକି ଖୋଜିବ
ବୁଝିନିଅ ତାକୁ ଆଗ ।।

ନୁହେଁ ସେ` ତ ଗୋଟେ ଅଳସୁଆ ପିଲା
ନିଦେ ପଡ଼ିଥିବ ଶୋଇ
ପାଇବନି ତାକୁ ନିଦ ଭାଙ୍ଗି ତା`ର
ହୋ ହୋ ତୁମେ ହୋଇ ।।
ଲୁଚିଛପି ସିଏ ନ ଥାଏ କୋଉଠି
ସେମିତିକା ନୁହେଁ ସିଏ
ଖୋଜିପାଏ ତାକୁ ସେଇ ଜଣେ ଏକା
ଜାଣିଥାଏ ତାକୁ ଯିଏ ।।
ଉପରେ ସୂରୁଯ ହସୁଥାନ୍ତି ରହି
ଥାଏ ସିଏ ଗଛତଳେ
ଗଛଟି ପାଖକୁ ଚାଲିଆସ ବେଗେ
ପାଇଯିବ ତାକୁ ବଳେ ।।



ନୂଆପଡ଼ା, ନୟାବଜାର, କଟକ - ୦୪
ମୋ. – ୯୮୬୧୨୧୧୦୫୧

ଲେଖା ସମ୍ପର୍କୀୟ ମତାମତ

କୁମାର ସୁଧୀରଜୀ

14-04-2025 / 15:01:14

ଛାଇ ପାଇବନି ଅନ୍ଧାର ରାତିରେ ଛାଇକୁ ଆଲୁଅ ଲୋଡା ସୁନ୍ଦର କବିତା ଧନ୍ୟବାଦ କବି ସବୁଠି ଦ୍ବନ୍ଦ୍ବ ଯୋଡା ଆପଣ ଏମିତି ଲେଖିଚାଲନ୍ତୁ ଆମେ ବୁଝି ପଢୁଥିବୁ କବିତାର ସାର ଜୀବନେ ଲଗାଇ ଆଜୀବନ ଗାଉ ଥିବୁ। ଧନ୍ୟବାଦ

Dinabandhu Poi

01-04-2025 / 11:18:03

ମିଠା ମିଠା ଶବ୍ଦ , ସୁନ୍ଦର ଶିକ୍ଷଣୀୟ ସରଳ ଶବ୍ଦରେ କବିତା ଛାଇ ମନେ ନେଲା ମୋହି , ଏକଥା ହୃଦୟରୁ ଦିଏ କହି ,ଆଉ ଲେଖା ପଢିବାକୁ ଅଛି ମୁହିଁ ରହି । ନମସ୍ତେ ସାର

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion