ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଏପ୍ରିଲ:୨୦୨୫ , ଦ୍ଵିତୀୟ ବର୍ଷ : ଚତୁର୍ଥ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଵହିର କଥା ଵହିର ଗାଥା

ଲେଖା : ନୀଳମଣି ଚାନ୍ଦ

ଗୁଟେନବର୍ଗଙ୍କୁ ମନେ ମୁଁ ପକାଏ
ଦେଖିଦିଏ ଯେବେ ବହି
ତା ଆଗରୁ ଲେଖନୀରେ ସବୁ ଲେଖା
ପାରିବା ଏକଥା କହି ।

ତାଳପତ୍ରଟିରେ ଲେଖା ହୋଇଥିଲା
ପୋଥି ପୁରାଣଟି ଯେତେ
ଏମିତି ସତରେ ସମୟଚକ୍ରରେ
ବିତିଲା ବରଷ କେତେ।

ଆସିଗଲା ଛାପାକଳର ଯୁଗଟି
ଅକ୍ଷର ହେଲାରେ ଖଞା
ମୁଦ୍ରଣ ବେଳରେ କାଗଜ କାଳିଟି
ହେଉଥିଲା ପରା ଭୁଞା।

ଚିତ୍ରକର ଛବି ଆଙ୍କି ଦେଉଥିଲେ
ପ୍ରୁଫ୍ ରିଡର ବି ଥିଲେ
ଶୁଦ୍ଧ ବନାନ, ଠିକ୍ ଛପା ପ୍ରତି
ଧ୍ୟାନ ଥିଲା ଜାଣ ପିଲେ।

ଏବେ ସମୟର ଡିଟିପିର ଛାପା
ସହଜ ସୁନ୍ଦର ଭାରି
କେଇଘଣ୍ଟାଟିରେ ଶହ ଶହ ଶହ
ଵହି ଛାପା ଦିଏ ସାରି।

ଵହି କହେ ନାହିଁ ହେଲେ ସେ ପଢାଏ
ଜ୍ଞାନ ଦୀପ ଜାଳିଦିଏ
ନିରକ୍ଷରତାରୁ ମୁକତି ଦିଅଇ
ଏକଥି ନ ଜାଣେ କିଏ ।

ଇଏ ବହି କଥା ଇଏ ବହି ଗାଥା
ଭଲକରି ଦେବା ପଢ଼ି
ବହି ଭଲ ଵୋଲି ଏକା ସେ ପାରଇ
ଉତ୍ତମ ମଣିଷ ଗଢି।

ଭୁବନେଶ୍ୱର,ମୋ:୯୫୮୩୨୦୨୩୫୭

ଲେଖା ସମ୍ପର୍କୀୟ ମତାମତ

ଜୟକୃଷ୍ଣ ସାହୁ

01-04-2025 / 17:46:04

ଉପାଦେୟ ଲେଖାଟିଏ। ଭଲ ଲାଗିଲା। ଧନ୍ୟବାଦ।

Sanjukta parichha

01-04-2025 / 12:59:54

ବହିଟି ମୋର ସାଥି , ରଙ୍ଗ ରଙ୍ଗିଆ ତାହାର ଛବି ନିଏ ମୋ ମନ ମୋହି । ବହୁତ ସୁନ୍ଦର ।ବହି ପରି ସାଥି କାହିଁ ।

କୀର୍ତ୍ତନ ସାହୁ

01-04-2025 / 11:39:52

ବହି ସମ୍ପର୍କରେ ଜାଣିବା କଥାର ସୁନ୍ଦର ଉପସ୍ଥାପନା ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion