ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଏପ୍ରିଲ:୨୦୨୫ , ଦ୍ଵିତୀୟ ବର୍ଷ : ଚତୁର୍ଥ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଆଗ ଭଳି ଆଉ ଆସୁନାହିଁ ଚିଠି

ଲେଖା : ଧ୍ରୁବ ଚରଣ ଘିବେଲା

ଚିଠିର ମହକ ଚିଠିର ଚମକ
ଯେମିତି ନାହିଁଟି ଆଉ
ଆଗ ଭଳି ଆଉ ଆସୁନାହିଁ ଚିଠି
ଯେତେ ବି ଆଗ୍ରହ ଥାଉ I
ଶୁଭୁନାହିଁ ଆଉ ପୋଷ୍ଟମ୍ୟାନ ଡାକ
ସାଇକେଲ ଘଣ୍ଟି ବଜାଇ
ଚିଠି ଚିଠି ବୋଲି ଘର ଆଗେ ଆସି
ପୋଷ୍ଟମ୍ୟାନ ଅଟକୁ ନାଇଁ I
ପ୍ରବାସୀ ପୁଅର ଚିଠି ଅପେକ୍ଷାରେ
(ଆଗ)ରହୁଥିଲେ ପରିଜନ
ମୋବାଇଲ ପାଇଁ କମିଛି ନିଶ୍ଚୟ
ଚିଠିର ଆଦାନ ପ୍ରଦାନ I
ସହଜ ହେଉଛି ମୋବାଇଲବାରତା
ସଙ୍ଗେ ସଙ୍ଗେ ପାଇ ଖୁସି
ଭଲ ଅବା ମନ୍ଦ ବାରତା ଶିଘିର
ମୋବାଇଲ ଦିଏ ପରଷି I
ତଥାପି ଚିଠିର ମହକ ଚମକ
ରହିଥାଏ କାହା ପାଇଁ
ହାତଲେଖା ଚିଠି ସ୍ନେହଭରା ପ୍ରୀତି
ସୁନ୍ଦର ସନ୍ଦେଶ ଥାଇ I
ଆଜିର ଚିଠିଟି ହୋଇଲେ ପୁରୁଣା
ପାଲଟେ ସାଇତା ସ୍ମୁତି
ପୁଣି କେବେଯଦି ପଡ଼େସେ ହାତରେ
ଭିଜାଏ ଅତୀତ ସ୍ମୁତି I
ସୁନ୍ଦର ଅକ୍ଷରେ ଲେଖା ହାତ ଚିଠି
ପଢ଼ିବାକୁ ଲାଗେ ଭଲ
ସୁନ୍ଦର ସନ୍ଦେଶ ତହିଁ ଲେଖା ଥିଲେ
ସ୍ମରଣୀୟ ଚିରକାଳ I
ସେଇଥିପାଇଁ ତ ମହତ ଜନଙ୍କ
ଚିଠି ଚିରକାଳ ସାଇତା
କାହା କାହା ପାଇଁ ପାଲଟେ ସମ୍ପଦ
ଉଲ୍ଲେଖ ଥିଲେ ବାରତା I


ବଉଦରାଜ, ଜି. ବୌଦ୍ଧ
ମୋ.9437478466

ଲେଖା ସମ୍ପର୍କୀୟ ମତାମତ

Sanjukta parichha

01-04-2025 / 12:56:34

ଚିଠିର ମହକ ଉପରେ ସୁନ୍ଦର କବିତାଟିଏ ।ଚିଠିକୁ ଆଜି ଝୁରି ହେଉଛୁ ଆମେ ।

କୀର୍ତ୍ତନ ସାହୁ

01-04-2025 / 11:54:13

ଆଜି କାଲି ଆଉ ଚିଠି ଦେଖିବାକୁ ମିଳୁନି। ସେ ସମ୍ପର୍କରେ ସୁନ୍ଦର କବିତାଟିଏ ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion