ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଜାନୁୟାରୀ:୨୦୨୪ , ପ୍ରଥମ ବର୍ଷ : ପ୍ରଥମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଆମେ ବିଜ୍ଞାନ ଯୁଗର ପିଲା

ଲେଖା : ମନୋରମା ମିଶ୍ର

ବିଜ୍ଞାନ ଆମକୁ ଦେଇଅଛି ଯାହା
କିଏ ଦେବ ଅବା ହିସାବ ତା`ର,
ନୂଆ ନୂଆ ଯେତେ ଜିନିଷ ଦେଖୁଛୁ
ଭଳି ଭଳି ଦାନ ସବୁ ତାହାର ।

ନିତିଦିନ ଆମ ଚଳିବାରେ ଏବେ
ବିଜ୍ଞାନ କରୁଛି ସାହାଯ୍ୟ କେତେ,
ରାନ୍ଧିବା ଖାଇବା ପଢିବା ବୁଲିବା
ବିଜ୍ଞାନ ପାଇଁକି ସହଜ ଯେତେ।

ଏସି ଗ୍ରାଇଣ୍ଡର କାଲକୁଲେଟର୍
ଓ୍ୱାସିଙ୍ଗମେସିନ୍ ଗ୍ୟାସଚୁଲା,
କମ୍ପ୍ୟୁଟର ଟିଭି ଡିଭିଡିପ୍ଲେୟାର
ମୋବାଇଲଫୋନ୍ ବିଜ୍ଞାନ ଦେଲା।

ଏରୋପ୍ଲେନ୍ ଆଉ ଟଲିଫୋନ୍ ଯୋଗୁ
ପୃଥିବୀ ଲାଗୁଛି ଅନେକ ଛୋଟ,
ବିଜ୍ଞାନର ଦାନ ଇଣ୍ଟରନେଏଟ୍
ଦେଖାଏ ଆମକୁ ନୂତନ ବାଟ।

ଭଲକାମେ ତାକୁ ଲଗାଇଲେ ଆମେ
ସୁବିଧା ଆମକୁ ଦେଉଛି ଦେବ,
ଖରାପ କାମରେ ଲଗାଇଲେ ତାକୁ
ବୋମା ହୋଇ ସିଏ ଜୀବନ ନେବ।

ଶେଷରେ ଏତିକି ବୁଝିଅଛୁ ଆମେ
ସବୁର ପଛରେ ମଣିଷ ହାତ,
ଆମେ ବି ଚାହିଁଲେ ବୈଜ୍ଞାନିକ ହୋଇ
ନୂଆ କିଛି କରି ହେବା ବିଖ୍ୟାତ।

ନୀଳାଦ୍ରିବିହାର
ଭୁବନେଶ୍ୱର

ଲେଖା ସମ୍ପର୍କୀୟ ମତାମତ

ନିରଞ୍ଜନ ପତି

30-01-2024 / 18:22:32

ବହୁତ ବଢିଆ।

ହରିପ୍ରିୟା ପଟ୍ଟନାୟକ

29-01-2024 / 18:16:47

ଭଲହେଇଛି କବିତାଟି

ପ୍ରବାସିନୀ ମିଶ୍ର

29-01-2024 / 12:27:11

ଅତି ସୁନ୍ଦର

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion