ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଏପ୍ରିଲ:୨୦୨୫ , ଦ୍ଵିତୀୟ ବର୍ଷ : ଚତୁର୍ଥ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଆମ ମାତୃଭୂମି

ଲେଖା : କବିଜ୍ୟୋତି ନିରଞ୍ଜନ ପତି

ମାତୃଭୂମି ଆମ ପବିତ୍ର ଭାରତ
ସିଏ ତ ଭାରତ ମାତା,
ତା` ଭୂମିରେ ବଢି ଆଗକୁ ଯାଏ ମୁଁ
ସିଏ ସଉଭାଗ୍ୟ ଦାତା ।
ଜନ୍ମଦାତ୍ରୀ ଠାରୁ ଅଧିକ ମହାନ
ଏଇମୋ ଭାରତ ଭୂଇଁ,
ଶସ୍ୟ ଶ୍ୟାମଳା ସେ ଖାଦ୍ୟ ଜଳ ଦିଏ
ତା`ରେ ମଥା ଯାଏ ନଇଁ ।
ଏଇ ମା` କୋଳରେ କେତେ ବୀରନର
ରଖି ଯାଇଛନ୍ତି ଯଶ,
ସେନେହ ମମତା ପାଇ ଏ ମାଆର
ସଦା ଆମେ ହସହସ ।
ଭାରତ ଭୂଇଁ ର ସାଗର ଜଙ୍ଗଲ
ସୁନ୍ଦର ସେ କେଡ଼େ ଭଲ,
ନଦୀ କ୍ଷେତ ବାଡ଼ି ବଡ଼ କମନୀୟ
ମନଲୋଭା ତାର ଫୁଲ ।
ଏଇ ମୋ ଜନମ ଭୂଇଁ ରେ ରହିଛି
କେତେ ଯେ ସହର ଗାଆଁ,
ଦେବତା ଓ ସାଧୁ ସନ୍ଥଙ୍କ ର ସ୍ଥାନ
ରଖି ଯାଇଛନ୍ତି ନାଆଁ ।
ଯୋଉଠି ଥାଉ ବା ଯୁଆଡ଼କୁ ଯାଉ
ଭାବୁ ଭାରତର କଥା,
ଏଇ ମାତୃଭୂମି ଭାରତ ପଦରେ
ନୁଆଇଁ ଦେବାତ ମଥା ।
ଏଇ ମା` ମାଟିରେ ଖେଳିଛେ,ବଢିଛେ
ଭୁଲି ବାନି ତାର ଦାନ,
ବଞ୍ଚିଥିବା ଯାଏ ଗାଇ ଚାଲୁଥିବା
ମାଆ ମାଟି ଯଶ ଗାନ ।


ସମ୍ପାଦକ, ମଧୁମାଳତୀ
ଗାନ୍ଧୀ ମାର୍ଗ, ଅନୁଗୋଳ
ମୋ-୯୯୩୮୧୩୩୫୫୯

ଲେଖା ସମ୍ପର୍କୀୟ ମତାମତ

କୁମାର ସୁଧୀରଜୀ

14-04-2025 / 12:46:28

ମଧୁମାଳତୀର ସଂପାଦକ ନିରଂଜନ ଭାଇଙ୍କୁ ନମସ୍କାର। ଆପଣଙ୍କ ଲେଖା ପଢି ଖୁସି ହେଲି। ଜନ୍ମ ଭୂଇଁର ବନ୍ଦନା ଗାନ ମାତୃଭାଷାର ବଢାଏ ମାନ ସବୁରି ଭାଗ୍ଯ ଜୁଟେନା ସବୁ ଗଛେ ଫୁଲ ଫୁଟେନା ଏଇମିତି ତୁମେ ରଚୁଥାଅ କବି ଦେଶରୁ ମନ ହଟୁନା

Kabijyoti Niranjan Pati

01-04-2025 / 21:26:46

ମତାମତ ଦେଇଥିବା ବଡ଼ ଭାଇ ଙ୍କୁ ଧନ୍ୟବାଦ ଓ ପ୍ରଣାମ । ଜୟ ଜଗନ୍ନାଥ ।

ଜୟକୃଷ୍ଣ ସାହୁ

01-04-2025 / 17:49:18

ସୁନ୍ଦର ଦେଶାତ୍ମବୋଧକ କବିତା। ଭଲ ହୋଇଛି।

କୀର୍ତ୍ତନ ସାହୁ

01-04-2025 / 11:49:10

ସୁନ୍ଦର ଲେଖା ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion