ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ଏପ୍ରିଲ:୨୦୨୫ , ଦ୍ଵିତୀୟ ବର୍ଷ : ଚତୁର୍ଥ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ମୋ ଗାଁ

ଲେଖା : ଦିଲ୍ଲୀପ କୁମାର ସାହୁ

ମୋ ଗାଁ ରେ ବଢି ଅଛି ଅଛିତ ମରୁଡି
ବିଜୁଳି ର ଚମକ କୁ ଘଡଘଡି ରଡି
ଗାଁ ମୋ ତା ପଣତରେ ଦିଏ ଝାଡିଝୁଡି
ମୋ ଆଖିରୁ ଲୁହ ଯେବେ ପଡଇ ନିଗିଡି ।

କିଆ ଫୁଲ ବାସ କେବେ ନାଲି କଇଁ ହସ
କମକୁଟା କାସତଣ୍ଡୀ ସେଫାଳି ପରଶ
ଫଗୁଣ ପୂହ୍ନେଇ ରାତି ଭୋଦୁଅର ଜହ୍ନ
ସବୁଜ କେଦାରେ ଭରା ଅସରା ସପନ
ମନ ଊଣାକଲେ ଦିଏ ସିନେହ ଅଜାଡି ।

ବାଦ ବିବାଦ ବି ଅଛି ଅଛି ବି ବିଶାଦ
କାନ୍ଧରେ ମିଶାଉ କାନ୍ଧ ପଡିଲେ ପ୍ରମାଦ
ଭାଇ ବି ଭଗାରୀ ହୁଏ ଭଗାରୀ ବି ଭାଇ
ସତେକି ଉଜାଣି ବହେ ଭାବନାବ ନଈ
ଭଙ୍ଗାମନ ମମତା ରେ ହୋଇଯାଏ ଯୋଡି ।

ପାର୍ବଣ ରେ ଦୁଲୁକଇ ମୋ ଗାଁ ର ଛାତି
କେତେ ମିଠା କେତେ ପିଠା ସ୍ନେହ ବଣ୍ଟାବଣ୍ଟି
ପ୍ରବାସୀ ଆସନ୍ତି ଫେରି ଘର ଲାଗେ ନୂଆ
ମିଳନର ଆଶାବରୀ କରଇ କିମିଆ
ବୈକୁଣ୍ଠର ବାସ୍ନା ସତେ ପଡଇ ନିଗିଡି ।

ପୂଜାପାଠ ପାଦୁକରେ ଗଭୀର ବିଶ୍ୱାସ
ଠାକୁରାଣୀ ଧଣ୍ଡା ପାଣି ମହିମା ଅଶେଷ
ଘଣ୍ଟ ବାଜିଲେ ଏଠି ନଇଁଯାଏ ମଥା
ସଞ୍ଜ ଆଳତୀରେ ଶୁଭେ ଶାନ୍ତି ର ବାରତା
ଦୁନିଆ କୁ ଯୋଡିଦିଏ ସିନେହ ଦଉଡି ।

ମୋ:-7077206977

ଲେଖା ସମ୍ପର୍କୀୟ ମତାମତ

କୁମାର ସୁଧୀରଜୀ

14-04-2025 / 12:38:52

ଭାଇ। ନମସ୍ତେ। ଲେଖାଟି ଭଲ। ଆଗରୁ ସମସ୍ତେ ଗାଁ ଉପରେ କବିତା ପଢିଛନ୍ତି ଏଣୁ ନୂଆ ନ ହେଲେ ବି ଏକ ନୂଆପଣ ଆଶା କରନ୍ତି। ଆପଣ ବଢିଆ ଲେଖିଛନ୍ତି। ଗୋଟେ ନିବେଦନ! ପାଖରେ ଥିବା କୌଣସି ଭଲ ଶିଶୁ ସାହିତ୍ୟିକଙ୍କୁ ଆଗ ଲେଖାଟି ଦେଖାନ୍ତୁ ଓ ଟିକେ ସଂଶୋଧନ କରାଇ ତାପରେ ପଠାନ୍ତୁ କିଛି ଶବ୍ଦ ବନାନ ମାତ୍ରା ଅଶୁଦ୍ଧି ରହି ଯାଉଛି। ନିଜେ ବି ତରତର ନ ହେଇ ଯଦି ସଂଶୋଧନ କରିବେ ଦି ଚାରିଥର ପଢି ତେବେ ଆହୁରି ଭଲ ହେବ। ବହୁତ ଲେଖନ୍ତୁ। ଧନ୍ୟବାଦ। ସୁଧୀର ଭାଇ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion