ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମଇ:୨୦୨୫ , ଦ୍ଵିତୀୟ ବର୍ଷ-ପଞ୍ଚମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ହେଲି ସୁନାପିଲା

ଲେଖା : ପ୍ରଶାନ୍ତ କୁମାର ଦାଶ

ଶୁଣିଲି ଵସି କୋଇଲି ଗୀତ
ଭୁଲିଲି ସବୁ ଦୁଃଖ
ଶୁଆ ସାଥୀରେ ଵସିଲି ମିତ
ପାଇଲି କେତେ ସୁଖ ॥

ଗଛ ଛାଇରେ ପଢିଲି ପାଠ
ବାଧିଲା ନାହଁ ଖରା
ଗଛ ପାଖରେ ଥାଏ ପଵନ
ଶୀତଳ ଛାଇ ଭରା ॥

ଵସିଲି ଯାଇ ଘୋଡାପିଠିରେ
ପାଠ ପଢିଵା ଛାଡି
ଧାଇଁଲା ଘୋଡା ଵହୁତ ଦୂର
ସତେ ଯେମିତି ଗାଡି ॥

ତୋଳି ଆଣିକି ଗଛରୁ ଫୁଲ
ଗୁନ୍ଥିଲି ଏକ ହାର
ବିଭୁ ଗଳାରେ ଝୁଲାଇ ଦେଇ
ଢାଳିଲି ଲୁହଧାର ॥

ପୋତିଲି ଗଛ ମାଟି ଛାତିରେ
ଦେଇତା ମୂଳେ ଜଳ
ଗଛ ବଢ଼ିଲା ବଡ ହୋଇଲା
ଫଳିଲା ଡାଳେ ଫଳ ॥

ସକାଳ ହେଲା କଅଁଳ ଖରା
ଆକାଶୁ ଗଲା ଖସି
ଗଢ଼ିଲି ଏକ ସୁନ୍ଦର୍ ଘର
ବାଲି ଧୂଳିରେ ବସି ॥

ଛୋଟରୁ ବଡ ହେଲିିତ ଦିନେ
ସୁନାପିଲା ମୁଁ ହେଲି
ରଖିଲି ଟେକ ଗରବ ଯଶ
ଦୁଃଖ ଅଭାବ ଠେଲି ॥


କୁଞ୍ଜର -ସଙ୍ଗଳାଇ
ପିପିଲି -ପୁରୀ
ମୋବାଇଲ -୯୬୬୮୮୨୨୧୯୦

ଲେଖା ସମ୍ପର୍କୀୟ ମତାମତ

ଜୟକୃଷ୍ଣ ସାହୁ

03-05-2025 / 08:16:08

କଵିତାଟି ବହୁତ ଭଲଲାଗିଲା।

ଡ. ବିଜୟା ପାତ୍ର

02-05-2025 / 18:52:06

ସୁନ୍ଦର ରଚନା। ଅତୀବ ମନମୁଗ୍ଧକର।

ବୀରେନ୍ଦ୍ର ମହାନ୍ତି

02-05-2025 / 14:09:16

ଓଡିଶା ରେ ଏକ ନମ୍ବର

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion