ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମଇ:୨୦୨୫ , ଦ୍ଵିତୀୟ ବର୍ଷ-ପଞ୍ଚମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ସମୟ

ଲେଖା : ଡଃ ସ୍ଵର୍ଣ୍ଣଲତା ତ୍ରିପାଠୀ

ସମୟ କାହାକୁ ଅପେକ୍ଷା କରେନି
ଘଡି ଚାଲେ ଅହରହ,
ଘଡି ଆଗେ ଧାଏଁ ଜୀବନର ଗାଡ଼ି
ସଦୁପଯୋଗ ସମୟ ।
ପ୍ରତ୍ୟେକ କାମକୁ ନିୟନ୍ତ୍ରଣ କରି
ସମୟ ନିର୍ଘଣ୍ଟ ରଖି,
ସଚେତନ ହୋଇ କାର୍ଯ୍ୟ ସମ୍ପାଦନ
ଅଭ୍ୟାସ ରୂପେ ତନଖି ।
ଜୀବନ ପାତ୍ରରେ କର୍ତ୍ତବ୍ୟ ଅସୀମ
ସାର୍ଥକ ଜୀବନ ପାଇଁ,
ସମୟ ସ୍ରୋତରେ ଜୀବନର ତରୀ
କଉଶଳେ ନେବା ବାହି।
ସୁଖଦୁଃଖ ଭରା ଜୀବନ କଣ୍ଢେଇ
ନଚ।ଉଥାଏ ସମୟ,
ଶ୍ରମ ଓ ସାଧନା ବଳରେ ମାନବ
ଜୀବନେ ଆସେ ସୌଭାଗ୍ୟ ।
ସମୟ ସିଲଟେ ରହିଯାଏ କେତେ
ବ୍ୟକ୍ତିତ୍ଵ ଅଲିଭାଗାର,
ପ୍ରତିଟି କାମରେ ଲକ୍ଷ୍ୟ ପଥରେ
ପ୍ରାପତ ସତ୍ କର୍ମର ।
କାଲି କାମ ଆଜି ଆଜି କାମ ଆଜି
ଏବେହିଁ କରିବା ସାର,
ନିୟମବର୍ତ୍ତିତା କର୍ତ୍ତବ୍ୟର ନିଷ୍ଠା
ସମାଜର ଉପକାର ।
ଆପଣା ପଥରେ ଆପେ ଗତିଶୀଳ
ସମୟ କଷଟି ପଥେ,
ଜୀବନ ସୌରଭ ହେବ ସୁରଭିତ
କର୍ମ ପୁଷ୍ପ ଫୁଟି ଉଠେ ।

(ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ)
ଅବସର ପ୍ରାପ୍ତ ମଣ୍ଡଳ ସହ ଶିକ୍ଷା ଅଧିକାରୀ ପୁରୀ ସଦର ବ୍ଲକ୍, ପୁରୀ ,କୋଣାର୍କ ।

ଲେଖା ସମ୍ପର୍କୀୟ ମତାମତ

ବୀରେନ୍ଦ୍ର ମହାନ୍ତି

02-05-2025 / 14:06:44

ଆପଣ ଆମର ଆଦର୍ଶ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion