ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମଇ:୨୦୨୫ , ଦ୍ଵିତୀୟ ବର୍ଷ-ପଞ୍ଚମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ପଂଚ ପାଖୁଡା

ଲେଖା : ମନୋରମା ମିଶ୍ର

ଦେଖରେ ଦେଖ
ଜେଜେମା`ଙ୍କର ମନଟା ଦୁଃଖ
କଅଣ ପାଇଁ ?
ସହରକୁ ଜେଜେ ନାତିପାଖୁ ଯିବେ
ତାଙ୍କୁ ନନେଇ ।

ଦେଖରେ ଦେଖ
ରାସ୍ତା ମଝିଟାରେ କେତେ ଯେ ଲୋକ
କଅଣ ହେଲା ?
ଜଣକ ବେକରୁ ହାର ନେଇ ଚୋର
ପଳେଇଗଲା ।

ଦେଖରେ ଦେଖ
ପୋଖରୀଟା ସଫା ବାହାରି ପଙ୍କ
କିଏସେ କଲା ?
ସାନ ବଡ ହୋଇ ଗାଆଁଟାଯାକର
ଯେତେକ ପିଲା ।

ଦେଖରେ ଦେଖ
ଆଗରୁ ଆସୁଛି ବିଲେଇ ଏକ
କୁଆଡେ ଯିବ ?
ଛୁଆ ଦୁଇଟିଙ୍କୁ ସାଙ୍ଗରେ ଆଣିଛି
ବୁଲେଇ ନେବ ।

ଦେଖରେ ଦେଖ
ଦଉଡୁ ଅଛନ୍ତି ମାଙ୍କଡଯାକ
କେଉଁଥିପାଇଁ ?
ପଛରୁ ତାହାଙ୍କୁ ଭାଲୁଆ କୁକୁର
ଅଛି ଗୋଡାଇ ।


ନୀଳାଦ୍ରି ନିହାର
ଭୁବନେଶ୍ୱର-୨୧
mob-9861578532

ଲେଖା ସମ୍ପର୍କୀୟ ମତାମତ

ଡ. ବିଜୟା ପାତ୍ର

02-05-2025 / 18:49:51

ବହୁତ ମଜା ଲାଗିଲା। ପିଲାମାନେ ନିଶ୍ଚୟ ଆନନ୍ଦ ଉଠାଇବେ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion