ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମଇ:୨୦୨୫ , ଦ୍ଵିତୀୟ ବର୍ଷ-ପଞ୍ଚମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ହସ ଅଟେ ଅ ଉ ଷ ଧ

ଲେଖା : ଧନଞ୍ଜୟ ସ୍ୱାଇଁ

ହସ ଥିଲେ ଓଠେ ଜାଣ ଫୁଲ ମୁଠେ
ମୁହଁକୁ ମାନଇ ଭାରି
ହସ ବାନ୍ଧିପାରେ ମମତା ଡୋରିରେ
ପରକୁ ଆପଣା କରି।
ହସ କରେ ନାହିଁ ମୁହଁକୁ ମଳିନ
ଆଖିରୁ ଲିଭାଇ ଲୁହ
ହସ ଗଢି ପାରେ ସମ୍ପର୍କର ସେତୁ ବିତରି ଆଦର, ସ୍ନେହ।
ହସ ଏକା ଦୂର କରି ପାରେ ମନୁ
ଦୁଃଖ ଆଉ ଅବସାଦ
ହସ ଜାଣ ମଣି ମୁକୁତାଟି ପରି
ହସ ଅଟେ ଅ ଉ ଷ ଧ।
ଜେଜେ ହସିଦେଲେ ସୁନ୍ଦର ଦିଶଇ
ତାଙ୍କରି ପାକୁଆ ପାଟି
ଅଝଟ ଶିଶୁର ହସଟି ସୁନ୍ଦର
ଲୁଚେଇ ଖାଇଲେ ମାଟି।
ବୋଉର ହସଟି ସୁନ୍ଦର ଯେବେ ସେ
ଗେଲ ବସରରେ ଡାକେ
ଗୁରୁଜୀଙ୍କ ହସ ସୁନ୍ଦର ଯେବେ ମୁଁ
ଅ, ଆ, ଇ ଲେଖେ।
ହସିବାର ଲାଗି ଦେବାକୁ ପଡେନି
ଟଙ୍କା କି ପଇସା ଗଣି
ମହୁ ବୋଳା ହସ ଓଠ ଧାରେ ଥିଲେ
ମନକୁ ପାରଇ କିଣି।।

ମୋ -୯୪୩୭୦୦୦୬୩୬

ଲେଖା ସମ୍ପର୍କୀୟ ମତାମତ

Malabika Patel

21-05-2025 / 15:10:59

Nice words on smile

ମହେନ୍ଦ୍ର କୁମାର ଦାଶ

04-05-2025 / 13:56:25

ସଦା ମୁସ୍କରାତ ରହୋ ବାର୍ତ୍ତା ବାଣ୍ଟିଛନ୍ତି କବି ସୁଂଦର କବିତା ମାଧ୍ୟମରେ। ଭଲ ଲାଗିଲା। ନମସ୍କାର

ଜୟକୃଷ୍ଣ ସାହୁ

03-05-2025 / 08:05:36

ହସରେ ଉପକାରିତା ଧନଞ୍ଜୟ ସାର୍ ସୁନ୍ଦର ଭାବେ ଉପସ୍ଥାପନା କରିଛନ୍ତି। ଧନ୍ୟବାଦ।

ଡ. ବିଜୟ ପାତ୍ର

02-05-2025 / 18:47:49

ଖୁବ୍ ସୁନ୍ଦର ହେଇଛି ଲେଖାଟି। ପିଲାଂକ ପାଇଁ ଶିକ୍ଷଣୀୟ ହୋଇ ପାରିବ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion