ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମଇ:୨୦୨୫ , ଦ୍ଵିତୀୟ ବର୍ଷ-ପଞ୍ଚମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଆମ ଜାତୀୟ ପତାକା

ଲେଖା : ମିନତି ପଟ୍ଟନାୟକ

ଜାତିର ଟେକ ଜାତି ପତାକା
ତା ପାଦେ ନମସ୍କାର
ସେହି ପତାକା ସ୍ୱାଧୀନ ହୋଇ
ଉଡଇ ଫରଫର।
ଉପରେ ଥାଇ ନାରଙ୍ଗୀ ରଙ୍ଗ
ଦିଏ ସାହସ ବାର୍ତ୍ତା
ମଝିରେ ଶ୍ୱେତ ସାମ୍ୟଵାଦ
କୁହେ ଶାନ୍ତି ର କଥା।
ସବୁଜ ରଙ୍ଗ ତଳେ ଥାଇକି
କହୁଛି ଭାଇ ଶୁଣ
ମୋ ଠାରୁ ଶିଖ ନମ୍ର ଆଉ
ସମୃଦ୍ଧିର ଗୁଣ ।
ମଝିରେ ଥାଇ ଅଶୋକ ଚକ୍ର
ଧରି ଚବିଶି ଅର
କହୁଛି କାନେ ହେ ସୁଧୀ ଜନେ
ବୁଝ ସମୟ ସ୍ୱର ।
ଚବିଶି ଘଣ୍ଟା ଗୋଟିଏ ଦିନ
ସୁବିନିଯୋଗ କଲେ
ହାରି ଯିବନି ଚଲା ପଥରେ
ସମୟ ଜ୍ଞାନ ଥିଲେ।
ତ୍ରିରଙ୍ଗା ଉଡି ବିଶ୍ୱ ବାସୀଙ୍କୁ
କହୁଛି ହସିହସି
ଶାନ୍ତି ଅହିଂସା ପୂଜାରୀ ଆମେ
ଆମେ ଭାରତ ବାସୀ।

ନୀଳଚକ୍ର ନଗର, ଅଠର ନଳା, ପୁରୀ ୨ , ୯୩୩୭୬୯୬୨୨୭

ଲେଖା ସମ୍ପର୍କୀୟ ମତାମତ

ମହେନ୍ଦ୍ର କୁମାର ଦାଶ

04-05-2025 / 13:48:06

ମିନତୀ ପଟ୍ଟନାୟକଙ୍କ କବିତା ମନଛୁଆଁ

ଜୟକୃଷ୍ଣ ସାହୁ

03-05-2025 / 07:37:03

ଜାତୀୟ ପତାକାର ସୁନ୍ଦର ବର୍ଣ୍ଣନା ମନକୁ ଛୁଇଁଲା। ପିଲାମାନଙ୍କ ପାଇଁ ଭାରି ଉପାଦେୟ ଲେଖାଟିଏ। ମୀନତିର ପ୍ରାୟ ସବୁ ଲେଖା ଉଚ୍ଚକୋଟୀର। ଧନ୍ୟବାଦ।

ବୀରେନ୍ଦ୍ର ମହାନ୍ତି

01-05-2025 / 20:03:40

ଖୁବ୍ ସୁନ୍ଦର ଦେଶାତ୍ମ ବୋଧକ କବିତା। ଆମ ଜାତୀୟ ପତାକାର ତାତ୍ପ୍ର୍ର୍ ର୍ଯ୍ୟ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion