ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

( ମଇ:୨୦୨୫ , ଦ୍ଵିତୀୟ ବର୍ଷ-ପଞ୍ଚମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

କୁନା ଓ ପ୍ରଜାପତି

ଲେଖା : ପୌର୍ଣ୍ଣମାସୀ ଦେବୀ

କୁନି ପ୍ରଜାପତି ରଙ୍ଗ ରଙ୍ଗିଆ
ହଳଦିଆ ନାଲି ଛିଟି ଛିଟିଆ
କଉତୁକେ ଯାଏ ଉଡ଼ି
ଫୁଲ ଉପରେ ବସିଲା ବେଳେ
ଦେଉଥାଏ ଡେଣା ଝାଡି ।
କୁନା ପଚାରିଲା ହେ ପ୍ରଜାପତି
ସୁନ୍ଦର ବୋଲିତ ବଡ଼ାଇ ଅତି
ଦେଉନୁ ଟିକିଏ ଧରା
ହେଲାଣି ମୋହର ସ୍କୁଲ ବେଳା
ଗୁରୁମା ରାଗିବେ ପରା ।
ପ୍ରଜାପତି କହେ କୁନା ରେ କୁନା
ସ୍କୁଲ କୁ ଯାଆ ଡେରି କରନା
ଆସିଲେ ଖେଳିବା ଖେଳ,
ଦୁହେଁ ମିଶି ଆମେ ହୋଇବା ସାଙ୍ଗ
ହେବା ନାହିଁ ମାଡ ଗୋଳ ।
ପାଠ ପରା ଅଟେ ଜଗତେ ସାର
ପାଠୁଆ ସବୁଠି ପାଏ ଆଦର
ପାଠରେ ନକର ହେଳା,
ଚଗଲାମି ଛାଡ଼ି କଥା ମାନି ମୋର
ଶୀଘ୍ର ସ୍କୁଲ କୁ ପଳା ।

ଭୂଦାନ ନଗର, ଚକ୍ରତୀର୍ଥ ରୋଡ, ପୁରୀ
ଫୋନ୍ - ୯୧୦୮୩୩୦୭୪୪

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion